ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର 

ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର 

ଡାବୁଗାଁ, ୨୬/୧୦ (ମ.ନି.ସ.)- ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ୩ ଟି ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣ ଗୁରୁତ୍ତର ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଡାବୁଗାଁ – ଘୋଡାଖୁଣ୍ଟା ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଯୋଗେ ଚେରଚେଟିଆଗୁଡା ଗ୍ରାମର କମଳଲୋଚନ ଲହରା (୪୦), ଚିକିଲି ଗ୍ରାମର କେଶବ ବିନ୍ଧାଣି (୫୦) ଓ ଡାବୁଗାଁ ଗ୍ରାମର ଭଗବାନ ବିନ୍ଧାଣି (୪୦) ପ୍ରମୁଖ ଡାବୁଗାଁ ଆଡକୁ ଆସୁଥିବ ବେଳେ ମୁଣ୍ଡୀଗୁଡା ଗ୍ରାମ ଛକ ନିକଟରେ ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା | ପରେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେହିପରି ଡାବୁଗାଁ – ମେଦନା ମୁଖ୍ୟ ରାସ୍ତାରେ ଝରିଗାଁ ବ୍ଲକ ଅଧୀନ ପୁପୁଗାଁ ଗ୍ରାମର ଚିତ୍ରସେନ ହରିଜନ (୩୦) ଡାବୁଗାଁ ରୁ ନିଜ ଗ୍ରାମକୁ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଚିକିଲି ଛକ ନିକଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ | ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ପରେ ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତାରେ ଡଙ୍ଗରୀଗୁଡା ଗ୍ରାମର ବିଶ୍ଵନାଥ ମାଝି (୫୪) ଉମରକୋଟ ଆଡୁ ନିଜ ଘରକୁ ଫେରୁଥିବା ବେଳେ ଦଶମୁଣ୍ଡିଆ ମନ୍ଦିର ନିକଟରେ ସେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସମସ୍ତଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ଦଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

masiha

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!