ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତରଙ୍କ ବଦଳି ବାତିଲ କରିବା ନେଇ ପ୍ରତିବାଦ 

ଡାକ୍ତରଙ୍କ ବଦଳି ବାତିଲ କରିବା ନେଇ ପ୍ରତିବାଦ 

ଡାବୁଗାଁ, ୨୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ ଙ୍କ ବଦଳି ବାତିଲ କରିବା ନେଇ ଶୁକ୍ରବାର ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଜନସାଧାରଣ ମିଳିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିଥିଲେ | ସୂଚନାଯୋଗ୍ୟ:- ଡା. ଶୁଭାଶିଷ ସାହୁ ଗତ ୩ ବର୍ଷ ହେଲା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ସୁଚାରୁରୂପେ ନିଜ ଦାୟିତ୍ଵ ତୁଲାଉ ଥିବା ବେଳେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ସମସ୍ତ ଙ୍କର ପ୍ରିୟଭାଜନ ହୋଇପାରିଛନ୍ତି | ସମସ୍ତ ଅଧସ୍ତନ କର୍ମଚାରୀ ଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ କରୁଥିଲେ | ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୨୮୫/ ୩୧.୧୦.୨୦୨୦ ତାରିଖ ଦିନ ଠାରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ରୁ ଡେପୁଟେସନରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦାନ କରିଥିଲେ | ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୮୧୫୭/ ୨୬.୧୦.୨୦୨୩ ତାରିଖ ଦିନ ଡା. ଶୁଭାଶିଷ ସାହୁ ଙ୍କୁ ଯଥାଶୀଘ୍ର ନିଜ ପୂର୍ବ ସ୍ଥାନରେ ଯୋଗଦାନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା | ଉକ୍ତ ଖବର ପାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସମସ୍ତ କର୍ମଚାରୀ ଓ ଜନସାଧାରଣ ଡାକ୍ତର ଙ୍କର ବଦଳି ଆଦେଶ ବାତିଲ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିଥିଲେ | ପ୍ରତିବାଦ କରିବା ସତ୍ଵେ ଯଦି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଡାବୁଗାଁ ର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିବା ପାଇଁ ସୂଚନା ଦେଇଥିଲେ | ପ୍ରତିବାଦ ର ସମର୍ଥନ କରି ଡାବୁଗାଁ ବ୍ଲକ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଓ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ପ୍ରମୁଖ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଙ୍କୁ ଖବର ଦେଇଥିଲେ | ଉକ୍ତ ଖବର ପାଇ ବିଧାୟକ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଅବଗତ କରାଇ ଡାକ୍ତର ଙ୍କର ବଦଳି ବାତିଲ କରିବା ପାଇଁ ଚାପ ପକାଇଥିଲେ | ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୮୧୭୫/୨୭.୧୦.୨୦୨୩ ତାରିଖ ଦିନ ଉକ୍ତ ବଦଳି ଆଦେଶକୁ ବାତିଲ କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି | ଉକ୍ତ ଆଦେଶ ପତ୍ର ପହଞ୍ଚିବା ପରେ ସମସ୍ତ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଷାଗୁମୁଡା ବ୍ଲକ ରେ ବଡ଼ ଧୁମ ଧାମ ସହ ପାଳନ ହେଲା ଖ୍ରୀଷ୍ଟ ଜନ୍ମ ପର୍ବ। ଆଲୋକ ସାଜସଜା ସହ ଚର୍ଚ୍ଚ ରେ କାଟିଲେ ଖ୍ରୀଷ୍ଟମାସ କେକ

masiha

ପ୍ରାଣୀ ଚିକିତ୍ସାଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଲା , ଵହଳଦାରେ ପଶୁପାଳକ ମାନେ ସେବା ପାଇବାରୁ ବଂଚିତ

masiha

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

Leave a Comment

error: Content is protected !!