ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

ରାୟଗଡ- ତା-୨୬/୧୦/୨୦୨୩ // ରାୟଗଡ ଜିଲ୍ଲାର କୋଳାନାରା ବ୍ଲକ୍‍ ଅନ୍ତର୍ଗତ ଟେଲିଗୁଡା ଗ୍ରା. ପ.ଠାରେ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ମୋ ମାଟି ମୋ ଦେଶ ଅଭିଯାନ ଉପଲକ୍ଷେ ସହିଦ ବୀର ଓ ବୀରାଙ୍ଗନାଙ୍କୁ ସମ୍ମାନ ଜଣାଇ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଲ୍ଲୀବିକାଶ ଅନୁଷ୍ଠାନର ନିର୍ଦେଶକ ରାଧେଶ୍ୟାମ ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କଲାପରେ ମହିଳା,ଶତାଧିକ ମହିଳା, ଯୁବା, ଗ୍ରାମବାସୀ ପୂଝରୀଗୁଡା ଗ୍ରାମ ଠାରୁ ଆରମ୍ଭ କରି ଟେଲିଗୁଡା ଗ୍ରାମ ପଂଚାୟତ ଅଫିସ ପର୍ଯ୍ୟନ୍ତ ନଗର ପରିକ୍ରମା ପୂର୍ବକ ମାଟି ସଂଗ୍ରହ କଲାପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭାରେ ସମ୍ମିଳିତ ହୋଇଥିଲେ । ଏହି ଅବସରରେ ରାଧେଶ୍ୟାମ ପଣ୍ଡା ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକl, ନେହେରୁ ଯୁବକେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠୀ, ନାଏବ ସରପଞ୍ଚ ଟେଲିଗୁଡା ଗ୍ରାମ ପଞ୍ଚାୟତ ଶ୍ରୀ ନିବାସ ପେରିସିକା, ଦିବ୍ୟ ଚନ୍ଦ୍ର ପାଲାକା, ରାଇସିଂ ଅଟକ ଓ କୁମାରୀ ବଦଟିଆ ଆଦି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପୃଷ୍ଠଭୂମିରେ ସହିଦମାନଙ୍କ ସ୍କୃତିଚାରଣ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଏମଟିଏସ ନାରାୟଣ ସେଠୀଙ୍କୁ ଅମୃତ କଳସ ହସ୍ତାନ୍ତର କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ଜମିରେ ଜବରଦଖଲ ଘର ଉଚ୍ଛେଦ 

Sunil Chandra Nayak

ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ 

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

Leave a Comment

error: Content is protected !!