ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ଥାନା ଭିତରେ ଥାନାଧିକାରୀଙ୍କୁ ଗଳାକାଟି ହତ୍ୟା ଉଦ୍ୟମ ମାମଲାରେ ଯୁବକ ଗିରଫ

ବିଶୋଇ ଥାନା ଭିତରେ ଥାନାଧିକାରୀଙ୍କୁ ଗଳାକାଟି ହତ୍ୟା ଉଦ୍ୟମ ମାମଲାରେ ଯୁବକ ଗିରଫ

 ମୟୂରଭଞ୍ଜ – ୨୮/୧୦ ( ମସିହା )ବିଶୋଇ ଥାନା ଭିତରେ ଜନୈକ ଯୁବକ ଏକ ଉନ୍ମତ୍ତ କାଣ୍ଡରେ ମହିଳା ଥାନାଧିକାରୀ ମିନି ଭୋଇ ଆହତ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ ତାରିଖ ଦିନ ବିଶୋଇ ଶିବ ମନ୍ଦିର ହୁଣ୍ଡି ଚୋରୀ ଘଟଣା ନେଇଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଏହି ମାମଲାରେ ତଦନ୍ତ ଜାରି ଶୁକ୍ରବାର ଦିନ ବିଶୋଇ ଗାଁ ର ଶୁଶାନ୍ତ ଦେଓ ନାମକ ଜନୈକ ଯୁବକଙ୍କୁ ଥାନାକୁ ଡ଼ାକି ଶୁକ୍ରବାର ସଂଧ୍ୟା ୭ ଟା ବେଳେ ପଚରା ଉଚୁରା କରିଥିଲେ । ଥାନାଧିକାରୀ ଯୁବକଙ୍କୁ ପଚରା ଉଚୁରା କରି ସାରିବା ପରେ ଅଫିସ କାମ ଲେଖୁଥିଲେ । ହଠାତ୍ ଯୁବକଟି ଏକ ବ୍ଲେଡ଼ ବାହାର କରି ଥାନାଧିକାରୀଙ୍କ ବେକକୁ ଧରି ଗଳା କାଟିବା ଉଦ୍ୟମ କରିଥିବାଵେଳେ । ଥାନାଧିକାରୀ କୌଣସି ପ୍ରକାରରେ ନିଜକୁ ବଂଚାଇ ଚିତ୍କାର କରିବା ସହ ବାହାରକୁ ପଳାଇ ଆସିଥିଲେ । ତାଙ୍କ ଗଳାରେ ଏବଂ ଦୁଇଟି ଆଙ୍ଗୁଳିରେ ଫ୍ରେଣ୍ଡ୍ ବାଜିବାରୁ ରକ୍ତାକ୍ତ ହୋଇଥିଲେ ।ଅନ୍ୟ କର୍ମଚାରୀ ମାଡାମଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ପହଞ୍ଚି ମାଡାମଙ୍କୁ ରକ୍ଷା କରିବା ସହ ଯୁବକକୁ ମାଡ଼ିଵସି କାବୁ କରିଥିଲେ । ଘଟଣାକୁ ନେଇ ଦୁବୃର୍ତ୍ତ ନାମରେ କେଶ ନଂ ୨୦୯/୨୩ ଦଫା ୩୪,୩୩୨,୩୩୩,୩୨୪,୩୫୪ ଏବଂ ୩୦୭ ରୁଜୁ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସ୍କୁଲ ପଛ ପଟ କାଜୁ ଜଙ୍ଗଲରୁ କାଇମାଟି ହାଇସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର

masiha

ଗୁଡ଼ିଖାଳ ବଜାର ଏକ ଦୋକାନରୁ ଚୋରି

masiha

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

Leave a Comment

error: Content is protected !!