ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ଉପଲକ୍ଷେ ଜିଲ୍ଲା ସ୍ତରୀୟ ପଥଉତ୍ସବ ଏବଂ ପଦଯାତ୍ରା

ଭବାନୀପାଟଣା ଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ଉପଲକ୍ଷେ ଜିଲ୍ଲା ସ୍ତରୀୟ ପଥଉତ୍ସବ ଏବଂ ପଦଯାତ୍ରା

କଳାହାଣ୍ଡି: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସକାଳ ୮.୦୦ ଘଟିକା ସମୟରେ ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ୧୪ ଟି ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ , ସଂପୃକ୍ତ ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା,ବୁଥ ସ୍ତରୀୟ ଅଧିକାରୀ , କ୍ୟାମ୍ପସ ଆମ୍ବାସାଡର ( ମୁଁ ବି ମିତା ), ସାଧାରଣ ନାଗରିକ , ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରି ନଗର ପରିକ୍ରମା ସହ ଭୋଟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିଥିଲେ।ଏହି ପଦଯାତ୍ରା କୁ ଜିଲ୍ଲାପାଳ କଳାହାଣ୍ଡି ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଯୋଗ୍ୟ ଭୋଟରଙ୍କ ନାମ ପଞ୍ଜିକରଣ ଏବଂ ଆଶାୟୀ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଧାରିତ ପଥପ୍ରାନ୍ତ ନାଟକ , ଯୋଗ, ଝୋଟି , ରଙ୍ଗୋଲି ଚିତ୍ରକଳା ଓ ବାଲୁକା କଳା ଇତ୍ୟାଦି ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି | ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଲ ଗୋପାଳ ସେବାନିକେତନ, ଏନ୍ ଏସ୍ ଡ୍ୟନ୍ସ ଗ୍ରୁପ୍,କଳାହାଣ୍ଡି କଳା କେନ୍ଦ୍ର , ସକ୍ଷମ ନୃତ୍ୟ କେନ୍ଦ୍ର,ପ୍ରଗତି କନ୍ସପ୍ଟ ସ୍କୁଲର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ରାହାଗିରି ପଥ ଉତ୍ସବ ରେ କଳାହାଣ୍ଡି ଆର୍ଟସ ସ୍କୁଲ୍, ପତଞ୍ଜଳି ଯୋଗ କେନ୍ଦ୍ର, ତରୁଣ ମହାପାତ୍ର ଏବଂ ମାନସ ପଣ୍ଡା ଙ୍କ ରଙ୍ଗୋଳି,ବାଲ ଗୋପାଳ ସେବା ଅନୁଷ୍ଠାନ ର ବାଲୁକା କଳା, କାରୁଣ୍ଡ କଳା କେନ୍ଦ୍ର ର ପଥପ୍ରାନ୍ତ ନାଟକ ମତଦାନ ଉପରେ ବିଶେଷ ସଚେତନତା ସୃଷ୍ଟି କରିଥିଲା।ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ କାର୍ଯ୍ୟକ୍ରମ ଗତ ୨୭.୧୦.୨୦୨୩ ରୁ ଆରମ୍ଭ ହୋଇ ଆସନ୍ତା ୯.୧୨.୨୦୨୩ ପର୍ଯ୍ୟନ୍ତ ଚାଲିବ।ଆଶାୟୀ ଭୋଟର ନିଜର ନାମକୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ କରିବାକୁ କିମ୍ବା ପୂର୍ବରୁ ପଞ୍ଜୀକୃତ ଭୋଟର ନିଜର ନାମ ଅପସାରଣ, ସବିଶେଷ ( ନାମ , ଠିକଣା, ତଥ୍ଯ, ଫଟୋ)ସଂଶୋଧନ,ଆଧାର କାର୍ଡ ସଂଯୋଗୀ କରଣ ପାଇଁ ନିକଟସ୍ଥ ବୁଥ୍ କୁ ଯାଇ ବା ନିଜ ମୋବାଇଲ ରେ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ୍ କରି ଅନ୍ ଲାଇନ୍ ମାଧ୍ୟମରେ କରିପାରିବେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ସଚିନ ପାୱାର ପ୍ରକାଶ, ଉପଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପ୍ଦାର ,ଡେପୁଟି କଲେକ୍ଟର (ନିର୍ବାଚନ) କିରଣ କୁମାର ମହାନ୍ତି, ସହକାରୀ ଜିଲ୍ଲାପାଳ ଶରତ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି,କାର୍ଯ୍ୟନିର୍ବାହୀ ଅଧିକାରୀ, ମୁନିସିପାଲିଟି ଭବାନୀପାଟଣା ଚିନ୍ମୟ ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ମିଶ୍ର,ହେମନ୍ତ ମୁଣ୍ଡ,ବହୁ ବୁଦ୍ଧିଜୀବୀ,ଏନ୍ ଜି ଓ କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ତରର ଅଧିକାରୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାଲିଆପାଳ ସ୍ୱାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବିଶ୍ୱ ଶ୍ରମିକ ଦିବସ ଅବସରରେ ବାଲୁକା କଳା

masiha

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

Leave a Comment

error: Content is protected !!