ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ସୀମାରେ ଥିବା ଶାନ୍ତି ବନ ଠାରେ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ କଲେଜ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅଭିଭାବକ /ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ର ଅଧ୍ୟକ୍ଷ ଶାନ୍ତନୁ କୁମାର ମହାପାତ୍ର, ଉପାଧ୍ୟକ୍ଷ ତଥା ଜନ ସମ୍ପର୍କ ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ, ପ୍ରିନ୍ସିପାଳ ଆଶିଷ କୁମାର ସାହୁ, ଧୃତି ସୁନ୍ଦର ଜେନା, ରଶ୍ମିରଞ୍ଜନ ବରାଳ, କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ରେ ଥିବା ଜନ ସମ୍ପର୍କ ଅଧିକାରୀ ଅନିରୁଦ୍ଧ ବାଗ ପ୍ରମୁଖ ଯୋଗ ଦେଇ ଅଭିଭାବ ଅଭିଭାବିକା ମାନଙ୍କ ସହିତ ନିଜ ନିଜର ପୁଅ ଝିଅ ମାନଙ୍କୁ କିପରି ଗାଇଡ଼ କରିବେ ସେ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସନମାନୀତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଭିଭାବକ

ସୁଦାମ ବାରିକ,ଲମ୍ବୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ଭୋଦେଵ ସାହୁ, ପ୍ରେମ ଗୋପାଳ ସାହୁ, ଜୟରାମ ସାହୁ, ମୀତ୍ରେ ସନସାହୁ, ଭୋଳାନାଥ ସାହୁ, ମାନସିଂହ ସାହୁ ଓ ଅନ୍ୟ ମାନେ ସହଯୋଗ କରିଥିଲେ। (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ରଥ

Sunil Chandra Nayak

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!