ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ

ଡାବୁଗାଁ, ୨୯/୧୦ (ମ.ନି.ସ.)- ରବିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଆୟାପ୍ପା ସ୍ଵାମୀ ଭକ୍ତମାନେ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜି ସକାଳୁ ଉମରକୋଟ ଶିବ ମନ୍ଦିରରେ ଜୟପୁର ରାବଣା ଗୁରୁସ୍ଵାମୀଙ୍କ ଠାରୁ ଭକ୍ତ ମାନେ ମାଳା ଧାରଣ କରିଛନ୍ତି | ଭକ୍ତ ମାନେ ମାଳାଧାରଣ କରି ଡାବୁଗାଁ ଜୟନ୍ତୀନଗର ସ୍ଥିତ ଅୟାପ୍ପା ସ୍ଵାମୀ ସାନିଧାନମରେ ୪୧ ଦିନ ରହି ପୂଜାର୍ଚ୍ଚନା କରି ନିଷ୍ଠାର ସହ ରହିବେ | ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ବାଦଲ ଜେନା, ଚିତ୍ତରଞ୍ଜନ ପାତ୍ର, ସୁରେଶ ସାହୁ, କୈଳାସ ନାୟକ, ବିଜୟ ନିହାଲ, ଏ. ଇଜୁ ରାଓ, ଡି. ରାଜେଶ ରାଓ, ଶାନ୍ତନୁ ଖୁଣ୍ଟିଆ, ମୁରଲୀ ସିଂ, ରଞ୍ଜିତ ସାହୁ ଓ ଅମ୍ଳାନ କୁମାର ଜେନା ଙ୍କ ସମେତ ୧୬ ଜଣ ଭକ୍ତ ଆୟାପ୍ପା ସ୍ଵାମୀ ଦିକ୍ଷା ଗ୍ରହଣ କରିଛନ୍ତି | ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ଏମାନେ ରହି ପରେ କେରଳ ରାଜ୍ୟର ସାବରିମାଲା ସ୍ଥିତ ଆୟାପା ସ୍ଵାମୀଙ୍କ ମଦିରକୁ ଅୟାପ୍ପା ସ୍ଵାମୀଙ୍କ ଦର୍ଶନ ପାଇଁ ଯିବେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଡିଘାଟ ଓ ଚିକଲବାହାଲ ପଞ୍ଚାୟତରେ ରେ ଆମ ବ୍ୟାଙ୍କ୍ ଶୁଭାରମ୍ଭ

masiha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

masiha

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

masiha

Leave a Comment

error: Content is protected !!