ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମ ଓଡିଶା ନବୀନ ଓଡିଶା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆମ ଓଡିଶା ନବୀନ ଓଡିଶା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ ତା,୨୯/୧୦/୨୩, // କୋରାପୁଟ ଜିଲ୍ଲା ଅନ୍ତର୍ଗତ ପୋଟାଙ୍ଗି ନିର୍ବାଚନ ମଣ୍ଡଳିର ନନ୍ଦପୁର ବ୍ଲକଠାରେ ଆମ ଓଡିଶା ନବୀନ ଓଡିଶାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗୀ ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ପ୍ରୀତମ ପାଢ଼ୀ ମହୋଦୟ ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପାଙ୍ଗି ମହୋଦୟ ଏବଂ କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝିନ ହିକକାଙ୍କ ନିର୍ଦେଶ କ୍ରମେ ପୂର୍ବତନ ସାଂସଦ ପ୍ରାର୍ଥୀନି ଶ୍ରୀମତୀ କୌଶଲ୍ୟା ହିକକା ମହୋଦୟା ଉପସ୍ଥିତ ଥିଲେ I ଏହି ବୈଠକରେ ନନ୍ଦପୁର ବ୍ଲକର ଆଗ ଧାଡିର ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ I ଏହି ବୈଠକରେ ଆଗକୁ ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ଦଳକୁ କେଉଁ ପ୍ରକାର ଭାବରେ ଗତ ନିର୍ବାଚନ ଅପେକ୍ଷା ଆହୁରି ଟିକେ ଅଧିକ ଭାବରେ ଲୋକଙ୍କ ପାଖକୁ ଓଡିଶା ସରକାରଙ୍କ ଅନେକ ଯୋଜନାରେ ସମ୍ଫରୂକ୍ତ ହୋଈ ଯୋଜନାର ସୁବିଧା ପାଇବାରେ ସାହାଯ୍ୟ କରି ସେମାନଙ୍କ ଦୁଃଖ କଷ୍ଟରେ ସେମାନଙ୍କ ପ୍ରତି ସାହାରା ହୋଈ ଚାଲିବା ଓ ସରକାରୀ ବାବୁଙ୍କ ନିକଟରେ ସାଧାରଣ ଜନତାଙ୍କ କୌଣସି କାମ ରହିଥିଲେ ତାକୁ ବୁଝି ସମାଧାନ ସହ ଲାଭ ଦାୟକ କରାବା ପାଇଁ ସହଯୋଗର ହାତ ବଡ଼େଇବା I ପ୍ରତ୍ୟକ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ସମସ୍ୟାର ସମାଧାନ ମଧ୍ୟ କରିବା ପାଇଁ ତାଙ୍କର ସାଥୀରେ ସହଭାଗି ହୋଈ ହାତକୁ ହାତ କାନ୍ଧକୁ କାନ୍ଧ ମିଶାଇ ନବୀନ ବାବୁଙ୍କ ନାଁରେ ହୋଇଥିବା ସମସ୍ତ ଯୋଜନାକୁ ନେଇ ଲୋକଙ୍କ ନିକଟରେ ପିହୋଞ୍ଚାଇବା ଓ ଆଉ ଥରେ ଓଡିଶାର ସାଡେ ଚାରି କୋଟି ଜନତା ନବୀନ ବାବୁଙ୍କୁ ପୁନର୍ବାର ଷଷ୍ଟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ହୋଈ ପାରିବେ ସେହି ପ୍ରକାର ଆମେ ସମସ୍ତେ ଏକତ୍ରିତ ହୋଈ ଚାଲିବା ପାଇଁ ଆଜିର ବୈଠକରେ ଆଲୋଚନାର ପ୍ରସ୍ତୁତି ବୈଠକ ହୋଇଥିଲା I ଏଥିରେ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, କାର୍ଯ୍ୟକର୍ତା ଯୋଗ ଦେଇଥିଲେ l

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

Sunil Chandra Nayak

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି

ଵହଳଦା ବ୍ଳକ କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ଘେରାଉ

masiha

Leave a Comment

error: Content is protected !!