ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଣିଗୁମା ଗ୍ରାମରେ ବାବା ଖଣ୍ତୁଆଳ ଦେବ ଙ୍କ ମହୋତ୍ସବ ଅନୁଷ୍ଠିତ

କାଣିଗୁମା ଗ୍ରାମରେ ବାବା ଖଣ୍ତୁଆଳ ଦେବ ଙ୍କ ମହୋତ୍ସବ ଅନୁଷ୍ଠିତ

ଥୁଆମୂଳ ରାମପୁର:୩୦/୧୦ – (ମ ନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କର୍ଲାପାଟ ପାହାଡ ଶିଖରରେ ଓ କାଣିଗୁମା ଗ୍ରାମ ଠାରେ ଖଣ୍ତୁଆଳ ବାବାଙ୍କ ପର୍ବ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଥିବା ବେଳେ ଖଣ୍ତୁଆଳ ମହୋତ୍ସବ ଆତି ସୁନ୍ଦର ଭାବରେ ଆୟୋଜନ ହୋଇଥିଲା। ଏଥିରେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ପୂର୍ବତନ ବିଧାୟକ ଶ୍ରୀ ବଳଭଦ୍ର ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସତ୍ଯନାରାୟନ ମୁଣ୍ତଛିନା, ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, ବରିଷ୍ଠ ସମ୍ବାଦିକ ଶ୍ରୀ ଅଜିତ ସିଂ କାଣିଗୁମା ସମିତି ସଭ୍ଯ, କାଣିଗୁମା ସରପଞ୍ଚ ଧ୍ରୃବଚରଣ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ଥୁଆମୂଳ ରାମପୁର ବ୍ଳକର ପୂର୍ବତନ ବିଡିଓ ଶ୍ରୀ ଶୁଭକାନ୍ତ ନାଏକ ଙ୍କର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ଯ ଉପରେ ସନ୍ତୋଷ ପ୍ରକାଶ କରି ଏହି ଅବସରରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଉକ୍ତ ସମୟରେ ନୂତନ ବିଡିଓ ଧ୍ରୃବଚରଣ ମୁଦୁଲି ଓ ତାଙ୍କ ସହକର୍ମୀ ଉପସ୍ଥିତ ରହିଥିଲେ। ଏହାଛଡା ଗ୍ରାମ ବିକାଶ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଗଲା ତାଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନ ଅତୁଳନୀୟ ରହିଅଛି। ସଭା କାର୍ଯ୍ଯ କୁ ଖଣ୍ତୁଆଳ ପୂଜା କମିଟି ସଭାପତି ଶ୍ରୀ ଗୋବିନ୍ଦ ବାଣୁଆ ପରିଚାଳନା କରିଥିଲେ। ତେବେ ଖଣ୍ତୁଆଳ ବାବାଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ପୂଜାକମିଟି ଓ ଗ୍ରାମବାସୀ ତଥା ପିରାମଲ ଫାଉଣ୍ଡେସନ ର ଓମ ପ୍ରକାଶ ଓ ବିକ୍ରମ ଜୀ କର୍ତ୍ତବ୍ୟ ଅନୁଷ୍ଠାନ, ଅନ୍ତୋଦୟ କର୍ମକର୍ତ୍ତା ଙ୍କ ସହଯୋଗରେ ବାବାଙ୍କ ପର୍ବ ଅନୁଷ୍ଠିତ ହୋଇଥିଲା। ଭକ୍ତ ଓ ଶ୍ରଧାଳୁ ଙ୍କ ମନୋରଞ୍ଜନ ନିମନ୍ତେ ରାତ୍ରିରେ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ ଭବାନୀପାଟଣା ମୃଣ୍ମୟୀ କଳା ସଂସ୍କୃତି ଅନୁଷ୍ଠାନ, ନୃତ୍ଯଙ୍ଗନା ଅନୁଷ୍ଠାନ, ବଜାଶାଳ ନୃତ୍ୟ ପରିବେଷଣ କରିଥିବା ବେଳେ ଛୁରିଆଗଡ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ଖଣ୍ତୁଆଳ ବାବା ହେଉଛନ୍ତି କାଣିଗୁମା ଗ୍ରାମର ଇଷ୍ଟ ଦେବତା ଭାବରେ ଆବାହନ କାଳରୁ ଗ୍ରାମବାସୀ ଓ ଅଞ୍ଚଳ ବାସୀ ପ୍ରତ୍ୟେକ ବର୍ଷ ଏମିତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ତାଙ୍କର ପାର୍ବଣ କରିଆସୁଛନ୍ତି। ସେମାନଙ୍କ ବିଶ୍ୱାସ ରହିଅଛି ଯେ ବାବାଙ୍କ ସେବା ପୂଜା କରାଯାଏ ତେବେ ରୋଗପୋକ ଦାଉରୁ ରକ୍ଷା ପାଇବା ସହିତ ଗ୍ରାମ ଓ ଅଞ୍ଚଳର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି ହେଲେ ଖଣ୍ତୁଆଳ ବାବାଙ୍କ ମହୋତ୍ସବ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସରସ୍ୱତୀ ଶିଶୁମନ୍ଦିର ବ୍ରଜବିହାର ୩୯ ତମ ବାର୍ଷିକ ଉତ୍ସବ ପାଳିତ

masiha

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

Leave a Comment

error: Content is protected !!