ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

ନବରଙ୍ଗପୁର:ତା 31/10 ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସର୍ଦାର ବଲ୍ଲଭ ଭାଈ ପଟେଲ ଙ୍କ ଜନ୍ମ ଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହା ଏକତା କୁ ସୁଦୃଢ଼ କରିବା ସହ ବିଭିଧତା ମଧ୍ୟରେ ଏକତାର ଭାବନା କୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାଇ ରଖିବାକୁ ଗୁରୁତ୍ବାରୋପ କରିଥାଏ। ଏହି ଅବସରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାଇ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ରାଷ୍ଟ୍ରୀୟ ଏକତାର ସପଥ ପାଠ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ( ଜେନେରାଲ )ମହେଶ୍ଵର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ନବୀନ ଚନ୍ଦ୍ର ନାୟକ ସମସ୍ତ ଅଧିକାରୀ, କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ। ଏହି ସପଥ ପାଠ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପି. ମନସମିତା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବିନ୍ଦ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡି. ଆଇ.ଓ ବିଶ୍ୱରଞ୍ଜନ ଭୁକ୍ତା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ୍ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା କ୍ରୀଡା ଅଧିକାରୀ ବିନାୟକ ଖାଡାଙ୍ଗା,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର,ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ର ସାଧାରଣ ସଭା ରେ ରାଜ୍ୟସଭା ସାଂସଦ ଙ୍କୁ ସମ୍ବର୍ଦ୍ଧନା

ଦିନ ୨ ଟାରେ ଗାଁରେ ବୁଲୁଚି ଭାଲୁ 

Sunil Chandra Nayak

ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

masiha

Leave a Comment

error: Content is protected !!