ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

ମୟୂରଭଞ୍ଜ -୩୧/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲା ଗୋମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି । ବେଆଇନ ପଶୁଚାଲାଣ ଯୋଗୁଁ ପଶୁଧନ ଦିନକୁ ଦିନ ଲୋପ ପାଇବାକୁ ଯାଉଛି । ସରକାରଙ୍କ ସବୁ ପ୍ରକାର ନିୟମକୁ ଗୋମାଫିଆମାନେ ଫୁ କରି ଦେଇଛନ୍ତି ।ଅମାନୁଷିକ ଭାବେ ଯନ୍ତ୍ରଣା ଦାୟକ ଭାବେ ଗୋରୁ ଗୁଡ଼ିକୁ କଣ୍ଟେନର,ପିକ ଅପ୍ ଭେନ,ବୋଲେରୋ ସାହାଯ୍ୟରେ ବାହାର ରାଜ୍ୟକୁ ଓ ଦେଶକୁ ଚାଲାଣ କରାଯାଉଛି । ଗୋମାତା ପ୍ରତି ଅକଥନୀୟ ଅତ୍ଯାଚାରକୁ ପ୍ରଶାସନ ଆଖି ବୁଜି ଦେଇଛି ।ଟୋଲଗେଟରେ କେମିତି ବେଆଇନ ଗୋରୁ ଗାଡି ଏବଂ ଜାତୀୟ ରାଜପଥ ଓ ରାଜ୍ୟ ପଥ,ଗ୍ରାମୀଣ ରାସ୍ତାରେ କିଭଳି ବେଆଇନ ଭାବେ ଗୋଚାଲାଣ ହେଉଛି ! ଏଭଳି ଲୋମହର୍ଷଣକାରୀ ଛାତିଥରା ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦୁଆରଶୁଣି ଘାଟିରେ । ବହୁ ସଂଖ୍ଯାରେ ଗୋବୋଝେଇ କଣ୍ଟେନର ଆଜି ସକାଳ ସମୟରେ ଦୁଆରଶୁଣୀ ଘାଟୀରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋବୋଝେଇ( ୭୦/୮୦ ରୁ ଉର୍ଦ୍ଧ୍ବ ଗୋ ସଂପଦ)ଦଶ ଚକିଆ କଣ୍ଟେନର ( WB11D3724)ରେ ବିଶୋଇ ପଟୁ ଯାଉଥିବା ସମୟରେ ଦୁର୍ଘଟଣା ହେବାଫଳରେ ବହୁ ସଂଖ୍ୟାରେ ୪୦ ରୁ ଉର୍ଦ୍ଧ୍ବ ଗୋରୁଗୁଡିକର ମୃତ୍ୟୁ ହୋଇ ଯାଇଥିବାବେଳେ ଅଳ୍ପ କିଛି ଆହତ ଗୋରୁ ବଂଚିଥିବା ନଜରକୁ ଆସିଛି।

ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ ।ଟ୍ରକର ଡ୍ରାଇଭର,ହେଲଫର‌ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।ଦୁଇ ଦିନ ତଳେ ବେଆଇନ ଗୋଚାଲାଣ,ବେଆଇନ ଗୋମାଂସ ଚୋରା ଚାଲାଣ ନେଇ ୨୨୦ ନମ୍ବର ଜାତୀୟ ରାଜପଥ ଉତ୍ୟକ୍ତ ଲୋକେ ଵହଳଦାରେ ରାସ୍ତା ଅବରୋଧ କରିଥିଲେ ।ସବୁ ସତ୍ବେ ପୁଣି କିଭଳି ଗୋଚାଲାଣ ହେଉଛି , ଏମାନଙ୍କ ପଛରେ କିଏ ଅଛି ଯାହାଫଳରେ ଏମାନେ ଇନ୍ଦ୍ର‌ଚନ୍ଦ୍ର ମାନୁ ନାହାନ୍ତି! ବେଧଡକ ଭାବରେ ଗୋଚାଲାଣ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି । ତେଣୁ ଗୋଚାଲାଣ ଉପରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

masiha

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

Sunil Chandra Nayak

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!