ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

 ମୟୂରଭଞ୍ଜ – ୧/୧୧ ( ମସିହା)ରାଇରଙ୍ଗପୁର ଏସବିଆଇ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସେବା ନିବୃତ କର୍ମଚାରୀ ପେନସନ ଉପଭୋକ୍ତାଙ୍କ ସଂଖ୍ୟା ୧୦୨୦ ରୁ ଉର୍ଦ୍ଧ୍ବ । ବ୍ୟାଙ୍କ ମାନଙ୍କରେ ପ୍ରତିବର୍ଷ ନଭେମ୍ବର ମାସ ଜୀବନ ପ୍ରମାଣପତ୍ର ପେନସନ ଉପଭୋକ୍ତାଙ୍କୁ ଦେବାକୁ ପଡିଥାଏ ।ବ୍ୟାଙ୍କ ଭିତରେ ପ୍ରଵଳ ଗହଳି ,ଭିଡ଼ ଓ ଲମ୍ବା ଧାଡି ଯୋଗୁଁ ବୟସ୍କ ପେନସନ ଉପଭୋକ୍ତା ନିଜର ଜୀବନ ପ୍ରମାଣପତ୍ର ପ୍ରଦାନ ପାଇଁ ନାହିଁ ନ ଥିବା ଅସୁବିଧାରେ ପଡନ୍ତି । ବୟସ୍କ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ ‌ସେମାନଙ୍କ ତ୍ୟାଗ,ବଳିଦାନ,କର୍ତ୍ତବ୍ୟ ନିଷ୍ଠା, ଅଭିଜ୍ଞତା,ମାର୍ଗଦର୍ଶନ ସମସ୍ତଙ୍କ ପାଇଁ ଆବଶ୍ୟକ । ସେମାନେ ପିତୃମାତୃ ତୁଲ୍ୟ । ସେମାନଙ୍କୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ ।ତେଣୁ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ତରଫରୁ ବୟସ୍କ ପେନସନ ଉପଭୋକ୍ତାଙ୍କ ସୁବିଧା,ସହଜ ଓ ସରଳ ପାଇଁ କ୍ଷତ୍ରିୟ ପ୍ରବନ୍ଧକ ଶ୍ରୀ ଦେବପ୍ରସାଦ କହରଙ୍କ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ ଶାଖା ବାହାରେ ଏକ ପେନସନ ଉପଭୋକ୍ତା ଜୀବନ ପ୍ରମାଣପତ୍ର ପରିଚୟ ସ୍ବତନ୍ତ୍ର ବ୍ୟବସ୍ଥା ଶିବିର ନଭେମ୍ବର ପହିଲାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଛି । ଏଥିରେ ବୟସ୍କ ମାନେ ଫର୍ମ ପାଇବା ସହ କର୍ମଚାରୀ ମାନେ ଫର୍ମ ପୂରଣରେ ସହାୟତା କରିଥାଆନ୍ତି । ତେଣୁ ଆଗଭଳି ପେନସନ ଉପଭୋକ୍ତାମାନେ ଵ୍ଯାଙ୍କ ଭିତରେ ଅଯଥା ଗହଳିରେ‌ ହଇରାଣ ହରକତ ନ ହୋଇ ଏହି କାଉଣ୍ଟରରେ ସୁବିଧାରେ ଜୀବନ ପ୍ରମାଣପତ୍ର ଲିଙ୍କ କରିପାରିବେ ।ପ୍ରଥମ ଥର ପାଇଁ ବ୍ୟାଙ୍କ ତରଫରୁ ଏଭଳି ସୁବିଧା କରା ଯାଇଥିବାରୁ ବ୍ୟାଙ୍କ କତୃପକ୍ଷଙ୍କ ଅଭିନବ ନିଆରା ପ୍ରୟାସକୁ ପେନସନ ଧାରୀମାନେ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ଚିଫ ମେନେଜର ସୁଶାନ୍ତ ମହାପାତ୍ର, ଡେପୁଟି ମ୍ୟାନେଜର ତ୍ରିଲୋଚନ ମଲ୍ଲିକ,ସିନିୟର୍ କର୍ମଚାରୀ ପ୍ରଭାସ ଦାସ,ଯଶୋଦା ମୁର୍ମୁ ଏବଂ ଅନ୍ୟ ମାନେ ପରିଚାଳନାରଜ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଦାସୀ ଗାଁ ରେ ଆନ୍ତର୍ଜାତିକ ଯୋଗ ଦିବସ

Sunil Chandra Nayak

ବାଲିକୁଦା ବ୍ଲକ ରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!