ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

 ରାଉରକେଲା/ ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ର ହେବାକୁ ଥିବା ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ଆସନ୍ତା ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ସେକ୍ଟର ୨ ଦୁର୍ଗା ପୂଜା ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେକ୍ଟର ଦୁଇ ଦୁର୍ଗା ପୂଜା ପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେକ୍ତା ଓଡ଼ିଶା ସରକାର ଙ୍କ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ ସୂଚନା ଦେଇ କହିଲେ ଯେ ଚଳିତ ବର୍ଷ ପରିଷଦ ୩୩ତମ ବୋଇତ ବନ୍ଦାଣ ଉତ୍ସବ ଦୁଇ ଦିନ ଧରି ପାଳନ କରିବ। ଆସନ୍ତା ୨୫ ତାରିଖ ଦିନ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଓ ସାଥି ତଥା ୨୬ତାରିଖ ଦିନ ଓଲିଉଡ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି କିଛି ପ୍ରସିଦ୍ଧ ସିନେ ଅଭିନେତା ମାନେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ପରିଷଦ ତରଫରୁ ଅନୁରୋଧ କରାଯାଇଛି। ପରିଷଦର ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଅଧ୍ୟକ୍ଷ ସୁନୀଲ କାୟଲ, ଉପଦେଷ୍ଟା ଗୋପିନାଥ ପଟ୍ଟନାୟକ, ନୀଳାମ୍ବର ପୁହାଣ, ଡ଼ଃ ପୀତବାସ ମିଶ୍ର, ମୀନତି ଦେବତା ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସର୍ଵଶ୍ରୀ ରଶ୍ମିତ ସାହାଣୀ, ପ୍ରଭାତ ଟିବ୍ରେୱଲ,ଗୋଲଡି ସିଂ, ରୂଷି ଆର୍ଯ୍ୟ, ଗୁରିନ୍ଦର ସିଂ, ପ୍ରଦୀପ ଦାସ,ବାବୁ ଖାନ୍, ବିଜୟ ପ୍ରଧାନ, ବିଶ୍ବରଂଜନ ବେହୁରା, ଏମଡି ଖଲିଦ୍,ଆଫ୍ରୋଜ ଅହମ୍ମଦ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପରିଷଦ ତରଫରୁ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ବିରେନ୍ଦ୍ର ସ୍ବାଇଁ, ଆଦିତ୍ୟ ବାରିକ, ସଞ୍ଜୟ ପ୍ରଧାନ, ଗଣେଶ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୁର୍ଗା ଜେନା, ରଞ୍ଜନ ବାରିକ, ଜିତୁ ପାଇକରାୟ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

Sunil Chandra Nayak

ବିଦ୍ୟୁତ ସୁବିଧାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ରାଉରକେଲା ସ୍ମାର୍ଟ ସିଟିରେ ଜନ ଶୁଣାଣି

Sunil Chandra Nayak

ରାଇରଙ୍ଗପୁର କଲେଜରେ ସଫଳତାର ସହ ସମ୍ପୂର୍ଣ୍ଣ ହେଲା ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!