ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସଚେତନତା କର୍ମଶାଳାରେ ଯୋଗଦେଲେ ରାଜ୍ୟ ମିଶନର ଶକ୍ତି ଉପଦେଷ୍ଟା ଡଃ ଗୀତାଞ୍ଜଳି ବସ୍ତିଆ

ରାଇରଙ୍ଗପୁରରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସଚେତନତା କର୍ମଶାଳାରେ ଯୋଗଦେଲେ ରାଜ୍ୟ ମିଶନର ଶକ୍ତି ଉପଦେଷ୍ଟା ଡଃ ଗୀତାଞ୍ଜଳି ବସ୍ତିଆ

 ମୟୂରଭଞ୍ଜ- ୩/୧୧ ( ମସିହା)ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ବାମନଘାଟି ଉପଖଣ୍ଡୟ ୬ ଟି ବ୍ଳକ ତଥା ୭ ଗୋଟି ଆଇସିଡିଏସ ପ୍ରକଳ୍ପ ତଥା ମିଶନ ଶକ୍ତି ବିଭାଗ ଏବଂ ମହିଳା ଶିଶୁ ବିକାଶ ଉନ୍ନୟନ ମିଳିତ ଆନୁକୂଲ୍ୟରେ ଗ୍ରାମ ପଞ୍ଚାୟତ ଏବଂ ବ୍ଳକ ସ୍ତରୀୟ ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତା କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଉପଦେଷ୍ଟା ଡଃ ଗୀତାଞ୍ଜଳି ବସ୍ତିଆ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳାର ଶୁଭ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ,ବିଜେଡି ମହିଳା ନେତ୍ରୀ ତନୁଜା ମହାନ୍ତ, ସିଡିପିଓ କୁଇଲିମଣି ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ ।ବିଡିଓ ମାଡାମ କହିଥିଲେ ମହିଳା ମାନେ ସମାଜର ମେରୁଦଣ୍ଡ । ସେମାନଙ୍କ ସ୍ବାବଲମ୍ବୀ,ଶିକ୍ଷିତ, ଅର୍ଥନୈତିକ ସ୍ବାଧୀନତା ର ବିକାଶ ନ ହେଲେ ସମାଜର ତଥା ପରିବାରର ଉନ୍ନତି ଅସମ୍ଭବ । ରାଜ୍ୟ ସରକାର ମହିଳାଙ୍କ ପାଇଁ ବହୁବିଧ ଯୋଜନା କରୁଛନ୍ତି ତାହାର ସୁଫଳ ନେବା ସହ ନିଜର ଅଧିକାର ଉପରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ମହିଳାଙ୍କ ବିକାଶ ପାଇଁ ବ୍ଳକ ପ୍ରଶାସନ ଦୁଆର ସବୁବେଳେ ଖୋଲା । ସେହିଭଳି ମୁଖ୍ୟ ଅତିଥି ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ କହିଥିଲେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା ନବୀନ ପଟନାୟକ ଅହରହ ମହିଳାଙ୍କ ବିକାଶ ପାଇଁ ଚିନ୍ତିତ ।ତାଙ୍କର ମାନସ ସ୍ବପ୍ନ ମିଶନ ଶକ୍ତି ଆଜି ବିଶାଳ ବଟବୃକ୍ଷ ।୨୦୦୧ ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ୫ ଟିରେ ଅନ୍ତର୍ଭୁକ୍ତ ହୋଇଛି ।ମିଶନ ଶକ୍ତି ମହିଳା ସଦସ୍ୟମାନେ ରାଜ୍ୟର ୨୨ ଗୋଟି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କାମ କରୁଛନ୍ତି । ସେମାନେ ବିଭିନ୍ନ ଉଦ୍ୟୋଗୀ ହେବାର ସୁଯୋଗ ପାଇଛନ୍ତି ।ସଵାଇଘାସ, ବାଉଁଶ, ମତ୍ସ୍ୟ,ପଶୁ,ଉଦ୍ୟାନ, ଟସର,ହଳଦୀ,ଧୂପକାଠି,କାଫେ,ଅଟୋ ଡ୍ରାଇଭର, ଲକ୍ଷ୍ମୀ ବସ କଣ୍ଡକ୍ଟର ସବୁଥିରେ ନିୟୋଜିତ ହେଉଛନ୍ତି । ସେମାନଙ୍କ ସୁବିଧା ପାଇଁ ସ୍କୁଟର ଯୋଜନା,ପୋଖରୀ ଯୋଜନା ଲକ୍ଷ ଲକ୍ଷ ଟଙ୍କା ବିନା ସୁଧରେ ଋଣ,ମୁକ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ।ତଦସହ ମିଶନ ଶକ୍ତି ମହିଳାଙ୍କୁ ବିଦେଶ ପଠାଇ ସେଠାକାର ଅଭିଜ୍ଞତା ଦେବା ଇତ୍ୟାଦି । ମହିଳାମାନେ ନିଜର ଅଧିକାର ଉପରେ ସଚେତନ ହେବା ସହ ନିଜକୁ କିଭଳି ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ ହୋଇ ପାରିବ ସେଥିପାଇଁ ନବୀନ ସରକାର ସଦା ସର୍ବଦା ଚେଷ୍ଟିତ ।ପରେ ବିଭିନ୍ନ ବ୍ଳକ ଓ ପଞ୍ଚାୟତର ମିଶନ ଶକ୍ତି କିଭଳି କାର୍ଯ୍ୟ କରୁଛି ତାହାର ସମୀକ୍ଷା କରିଥିଲେ । ଉପଦେଷ୍ଟା ଗୀତାଞ୍ଜଳି ଵସ୍ତୀଆ ମହିଳାମାନଙ୍କୁ କହିଥିଲେ ସବୁବେଳେ କୌଶଳୀ ଓ ଦକ୍ଷତା ହାସଲ ଚେଷ୍ଟାକର ତେବେ ଯାଇଁ ସଫଳ ହେବ । ବିଭିନ୍ନ ମିଶନ ଶକ୍ତି ବିଭିନ୍ନ ପ୍ରକଳ୍ପର ତାଲିମ ପ୍ରଶିକ୍ଷଣର ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ । ରାଇରଙ୍ଗପୁର ମିଶନ ଶକ୍ତିର କାର୍ଯ୍ୟକ୍ରମ ଏବଂ ସେମାନଙ୍କ ବହୁଳ ଉପସ୍ଥିତି ଦେଖି ସେ ବହୁତ ଆତ୍ମବିଭୋର ହେବା ସହ ଏଠାରେ ଯେକୋୖଣସି କାମର ଆବଶ୍ୟକତା ଅଛି ତାଙ୍କ ବିଭାଗ ତାହାକୁ ଗୁରୁତ୍ବ ଦେଇ ସମାଧାନ କରିବାକୁ ଚେଷ୍ଟା କରିବ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଏମବିକେ,ଓଏଲଏମ,ମିଶନ ଶକ୍ତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଚାଳନାରେ ରାଇରଙ୍ଗପୁର ବିପିଏମ /ଓଏଲଏମ ଶାନ୍ତନୁ ସାହୁ,ଜାମଦା ବିପିସି ଗଜେନ୍ଦ୍ର ମଲ୍ଲିକ, ଵିଜାତଳା ବିପିସି ମନୋଜ ମହାନ୍ତ,ତିରିଂ ବିପିସି ବିଷ୍ଣୁପ୍ରିୟା ସିଂ,କୁସୁମୀ ବିପିସି ମୋହନ ହେମ୍ବ୍ରମ, ଏବଂ ରାଇରଙ୍ଗପୁର ବିପିସି ସ୍ବର୍ଣପ୍ରିୟା ସାହୁ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । କର୍ମଶାଳାରେ ୩୦୦ ରୁ ଉର୍ଦ୍ଧ୍ବ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସ୍ବର୍ଣ୍ଣପ୍ରଭା

masiha

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!