ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

ରାଉରକେଲା/ରାଉରକେଲାର ଆମ୍ବଗାନ ନିକଟସ୍ଥ ଇସ୍ପାତ ମାର୍କେଟ ଠାରେ “ଚା ପେ” ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଂଶ ଗ୍ରହଣ କରି ଥିଲେ । ସେ ପ୍ରତି ଦୋକାନକୁ ଯାଇ ଦୋକାନୀଙ୍କୁ ଓ କିଣିବା ପାଇଁ ଆସିଥିବା ଜନତାଙ୍କୁ ଭେଟି ଥିଲେ। ଚା ପେ ଚର୍ଚ୍ଚା ରେ ଇସ୍ପାତ ମାର୍କେଟ କମିଟିର କାର୍ଯ୍ଯକର୍ତ୍ତା, ଓ ମାର୍କେଟକୁ ଆସୁଥିବା ଜନ ସାଧାରଣ ଉପସ୍ଥିତ ରହି ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ସାମଲ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନର ସହିତ ଶୁଣିବା ସହିତ ଏହାର ପ୍ରତିକାର ଉପରେ ନିଜର ମତ ରଖି ଥିଲେ । ସେ ଜନତାଙ୍କୁ ମୋଦି ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଉପରେ ଜନତାଙ୍କୁ ବୁଝାଇ ଥିଲେ ଓ ଦେଶକୁ ସମୃଦ୍ଧି ଓ ଶକ୍ତି ଶାଳୀ କରିବା ପାଇଁ ସମସ୍ତଙ୍କ ସହ ଯୋଗ ଲୋଡିଥିଲେ। ବିଜେପି ସରକାର ଦେଶ ଓ ରାଜ୍ୟ ପାଇଁ ଅତି ଆବଶ୍ୟକ ବୋଲି ପ୍ରକାଶ କରି ଥିଲେ । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଜନତାଙ୍କ ଉନ୍ନତି ପାଇଁ ବହୁ ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରାଙ୍କ ସହିତ ବହୁ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

masiha

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

masiha

ରାୟଗଡାରେ ଜିଲ୍ଳାସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!