ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଟିକେଟ ନ ମିଳିଲେ ଯାଦବ ସମାଜ ସ୍ଵାଧୀନ ପ୍ରାର୍ଥୀ ଦେବ

ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଟିକେଟ ନ ମିଳିଲେ ଯାଦବ ସମାଜ ସ୍ଵାଧୀନ ପ୍ରାର୍ଥୀ ଦେବ

ଯାଦବ ସମାଜର ସାଧାରଣ ବୈଠକ ରେ ନିଷ୍ପତ୍ତି

ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ବିଜେପି କିମ୍ବା ବିଜେଡି ଦଳ ଟିକେଟ ନ ଦେଲେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଯାଦବ ସମାଜ ରୁ ଜଣେ ନିର୍ବାଚନ ଲଢ଼ିବେ ବୋଲି ଆଜି ଧର୍ମଗଡ ନିକଟସ୍ଥ ପୋଡ଼ପଡ଼ା ଶ୍ରୀକୃଷ୍ଣ ଯୋଗ ସଂସ୍କାର କେନ୍ଦ୍ର ଠାରେ ଯାଦବ ସମାଜ ର ସାଧାରଣ ବୈଠକରେ ପ୍ରକାଶ ପାଇଛି।ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭା ସଭାପତି ଦ୍ବାରିକା ବାଗ ଙ୍କ ସଭାପତିତ୍ବ ରେ ଉକ୍ତ ବୈଠକରେ ସଂପାଦକ ଡାକେ ଲହଜଲ, ଉପସଭାପତି ପ୍ରତାପ ରାଉତ, କୋଷାଧ୍ୟକ୍ଷ କେଦାର ଖର୍ସେଲ, ଆଇନ ପରାମର୍ଶଦାତା ଜବାହରଲାଲ ବାଗ, ଧନୁ ଗୋପାଳ, ତୁଳସୀରାମ ବାରିକ, କିଶୋର ଚନ୍ଦ୍ର ହଂସ, ଧର୍ମଗଡ଼ ନଗର ସଭାପତି ଅନିରୁଦ୍ଧ ଲହଜଲ, କାର୍ଯକାରୀ ସଭାପତି ପ୍ରମୋଦ ହଂସ, ଦୁଃଖ କାଣ୍ଡ, ସୁରେଶ ଭଏଁସାଲ, ଅରକ୍ଷିତ ଭଏଁସାଲ, ଟିକମନ୍ ଯାଦବ, ଲିଙ୍ଗରାଜ ବେହେରା ପ୍ରମୁଖ ଯୋଗଦେଇ ଯାଦବ ସମାଜ ଭବନ ନିର୍ମାଣ ଓ ଜାତି ଭିତ୍ତିକ ଜନଗଣନାସହ ଓବିସି ୨୭ଭାଗ ସ୍ଥାନ ସଂରକ୍ଷଣ ଓ ନାନାବିଧ ସମାଜ ର ବିକାଶ ଉପରେ ଆଲୋଚନା କରିଥିଲେ।

ଉତ୍କଳ ଯାଦବ ମହାସଭା ର ସାଧାରଣ ସମ୍ପାଦକ କୀର୍ତ୍ତନ ନାଏକ ପୁବର୍ତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ ଟିକଚନ ନାଗ, ଶିବ ହାତୀ, ଈଶ୍ୱର ରାଉତ, ଜିଲ୍ଲା ମହିଳା ସେଲ ସଭାନେତ୍ରୀ ଓ କୋକସରା ବ୍ଲକ ସଭାପତି ବିନୋଦ ରାଉତ, ସମ୍ପାଦକ ଅଲେଖ ଗୋପାଳ, କଲମପୁର ସମ୍ପାଦକ ସୁଧୀର ବାଗ, କମଳ ବାଗ କିଶୋର ହଂସ,ଜୟପାଟଣା ବ୍ଲକ ଉପ ସଭାପତି ଅଶ୍ୱିନ ତାଣ୍ଡି, ଗୋଲାମୁଣ୍ଡା ପୂର୍ବତନ ବ୍ଲକ ସଭାପତି ନରହରି ବାଗ, ତରଙ୍ଗ ଚଣ୍ଡି, ରୋମଞ୍ଚଳ ତେଜି, ନଲିନି ତେଜି, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ମାଝୀ ଗୁଡା ସରପଞ୍ଚ ମାମି ବାଗ,ସମିତି ନମିତା ବାଗ, ତେଣ୍ଡା ପାଲି ସରପଞ୍ଚ ଗୌଲାଚ ଗୋପାଳ, ଲବଣୀ ରାଉତ ଯାଦବ ଧନଶିଙ୍ଗ ବାଗ ପଞ୍ଚକ ପୋଡ଼,ଧର୍ମେନ୍ଦ୍ର ପୋଡ଼ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା:୩ ଗୁରୁତର ଆହତ ମାନଙ୍କୁ ଗୋଷ୍ଟି ସ୍ଵାସ୍ଥ୍ୟ୍ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!