ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସମାଜସେବୀ ଜଲେନ ବାର୍ଦା ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ମନୋନୀତ

 ମୟୂରଭଞ୍ଜ – ୨/୧/୨୩ (ମସିହା)ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦିର୍ଘ ୩ ମାସ ହେଲା ଗଠନ ହୋଇ ସାରିଛି । ଏଥିରେ ଡ଼ାକ୍ତର ଦେବାଶିଷ ମାରାଣ୍ଡି ଅଧ୍ୟକ୍ଷ ଏବଂ ଶ୍ରୀମତୀ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ଅର୍ପଣ କରାଯାଇଛି । କିନ୍ତୁ ନିକଟରେ ଦୁଇ ଦୁଇଟି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର କଳେବର ଗଠନ ହୋଇ ପାରି ନ ଥିଲା ।ନିକଟରେ ରାଜ୍ୟ ସରକାର ଏହାର କଳେବର ଗଠନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ତିରିଂ ବ୍ଳକର ଯୁବ ସମାଜସେବୀ ତଥା ବିଶିଷ୍ଟ ବିଜେଡି ତୁଙ୍ଗ ନେତା ଶ୍ରୀ ଜଲେନ ବାର୍ଦାଙ୍କ ଦଳ ପ୍ରତି ନିଷ୍ଠା ତ୍ୟାଗ,ଆନୁଗତ୍ୟ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଭୂମିକା ଏବଂ ହୋ ସମାଜର ଅଗ୍ରଣୀ ଆଗ ଧାଡିରେ ଯୁବ ନେତା ଜଲେନ ବାର୍ଦାଙ୍କୁ ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଛନ୍ତି ।ସେ ପୂର୍ବରୁ ୨୦୦୭ ମସିହାରୁ ୨୦୧୨ ଏବଂ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ସହ ଦାୟିତ୍ଵ ନିଷ୍ଠାର ସହ ନିର୍ବାହ କରିଥିଲେ ।୨୦୧୪ ରେ ସେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଦାବିଦାର ଥିଲେ । ସେ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଜଣେ ଜଣାଶୁଣା ଯୁବ ବିଜେଡି ନେତା । ସେ ଜଣେ ଯୁବ ଓ ଲୋକପ୍ରିୟ ନେତା, ମିଷ୍ଟଭାଷୀ,ମେଳାପୀ,ସାହାସୀ , ପରୋପକାରୀ ଯୁବ ସମାଜସେବୀ ।ତାଙ୍କ ମନୋନୀତରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ , ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଵିଜେଡି ବିଧାୟକ, ରାଜ୍ୟ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍,କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ମୟୂରଭଞ୍ଜ( ୧),, ମୟୂରଭଞ୍ଜ (୨) ଜିଲ୍ଲାର ସମସ୍ତ ସାଂଗଠନିକ କର୍ମକର୍ତ୍ତା, ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ଏବଂ ଉପାଧ୍ଯକ୍ଷା ଶ୍ରୀମତୀ କମଳା ତିରିଆଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଦଳ ତରଫରୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆଯାଇଛି ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ଏବଂ ଆଦିବାସୀଙ୍କ ସମସ୍ୟାର ସମାଧାନ,ଦଳମତ ନିର୍ବିଶେଷରେ ସମସ୍ତଙ୍କ ସୁଖଦୁଃଖ ରେ ସାମିଲ ଓ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆପ୍ରାଣ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ

masiha

ରାଉରକେଲା ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଉଛ୍ଛସ୍ବିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

Sunil Chandra Nayak

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!