ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର ଜିଲ୍ଲା ତୁଷୁରାବାହାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗା ଘାଟ ବଡଦେଓ ଙ୍କ ମନ୍ଦିର ପ୍ରାଙ୍ଗଣରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ସର୍ଵ ପ୍ରଥମେ ପ୍ରକୃତି ଶକ୍ତି ବଡଦେଓ ଙ୍କ ପୀଠ ରେ ପୂଜକ କୁମୂରା ଦିଆ ଦେହେଲିଆ ଙ୍କ ତତ୍ବାବଧାନରେ ପୂଜାର୍ଚ୍ଚନା କରାଯାଇ ଥିଲା ।

ଉକ୍ତ ବୈଠକ ରେ ବାଉରୀ ବୁଢ଼ୀ ମନ୍ଦିର ନିର୍ମାଣ କମିଟି ର ସଭାପତି ଶ୍ରୀଯୁକ୍ତ ଖୁସୀରାମ୍ ମଲ୍ଲିକ ଙ୍କ ସଭାପତିତ୍ବରେ ଏବଂସମ୍ପାଦକ ଶ୍ରୀଯୁକ୍ତ ସୁରଥ ମଲ୍ଲିକ ଙ୍କ ସଂଯୋଜନା ରେ ବୈଠକ ଅନୁଷ୍ଠିତ ହୋଇ ଥିଲା ।

ଏହି ବୈଠକ ଉପରେ ସମସ୍ତ ମଲ୍ଲିକ ଭାଇ ମାନେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଲଲିତ ମଲ୍ଲିକ, ଘନଶ୍ୟାମ ମଲ୍ଲିକ, ଭୀଷ୍ମ ମଲ୍ଲିକ, ପବିତ୍ର ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଚୁଡ଼ାମଣି ମଲ୍ଲିକ, ରଘୁନାଥ ମଲ୍ଲିକ,କୁଶଧ୍ୱଜ ମଲ୍ଲିକ,ରଘୁମଣି ମଲ୍ଲିକ, ମୁରଲୀ ଧର ମଲ୍ଲିକ, ହରି ମଲ୍ଲିକ, ଧୃବ ଚରଣ ମଲ୍ଲିକ, କାମରାଜ ମଲ୍ଲିକ, ରାହାସ ବିହାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶେଷ କରି ନୂତନ ବାଉରୀ ବୁଢ଼ୀ ମନ୍ଦିର କିଭଳି ଭାବରେ ନିର୍ମାଣ ହୋଇ ପାରିବ ସେ ବିଷୟରେ ଆଲୋଚନା ରଖି ଥିଲେ । ଏହି ବୈଠକ ରେ ବାଉରୀ ବୁଢ଼ୀ ମନ୍ଦିର ନିର୍ମାଣ ପାଇଁ ତୁଷୁରବାହାଲ୍ ର ଜେହେରୁ ମଲ୍ଲିକ ଏବଂ ତାଙ୍କ ଭାଇ ଦୁଇ ଜଣ ମିଶି ୨୦,୦୦୦ (କୋଡ଼ିଏ ହଜାର ଟଙ୍କା) ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରି ଥିଲେ ଏବଂ ଭାଲୁପିଟା ଗାଁ ର କୁଶଧ୍ୱଜ ମଲ୍ଲିକ( ୩୦୦୦ ) ତିନି ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଆଦିବାସୀ ସମ୍ପ୍ରଦାୟ ର ମଲ୍ଲିକ ଭାଇ ମାନେ ତାଙ୍କ ନିଜ ପରିଶ୍ରାମି ରୁ ଅର୍ଥ ରାଶି ଅସୁଲ କରି ମନ୍ଦିର ନିର୍ମାଣ କାର୍ଯ୍ୟ କରିବେ ଏବଂ ସରକାର ଙ୍କ ଅନୁଦାନ ଙ୍କୁ ବିରୋଧ କରିଥିଲେ।ଯେ ହେତୁ ଆମ୍ଭର ଇଷ୍ଟଦେବୀ ସେଥିପାଇଁ ଅମର ନିଜ ଖର୍ଚ୍ଚରେ ଆମେ ମନ୍ଦିର ତୁଲାଇବୁ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ସଭା ସାଙ୍ଗ କରି ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତେ ପ୍ରସାଦ ସେବନ କରି ସମାପ୍ତି କରାଯାଇ ଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!