ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜୟପାଟଣା ବ୍ଲକ୍ ର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ଏବଂ ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭେଜିଗୁଡା ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ଯୁବନେତା ଯଦୁମଣି ସାହୁ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ଏହି ସଭାରେ ଗ୍ରାମ ରୋଜଗାର ସହାୟକ ଖଗପତି ନାଏକ ସ୍ଵାଗତ ଭାଷଣ ଦେଇଥିଲେ। ବୈଠକରେ ଅଂଶ ଗ୍ରହଣ କରି ତହସିଲଦାର ଶ୍ରୀ ମୁଣ୍ଡାରୀ ସରକାରଙ୍କ ନୀତି ନିୟମ ମଧ୍ୟରେ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଜୟପାଟଣା ଅଞ୍ଚଳର ବିକାଶ ରେ ମୁଁ ଅଙ୍ଗୀକାର ବଦ୍ଧ ବୋଲି କହିବା ସହ ସ୍ଵ ରଚିତ ଏକ ସାରଗର୍ଭକ କବିତା ପାଠ କରିଥିଲେ। ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ନିଜ ଚାକିରୀ ଜୀବନର ଅଭୁଲା ମୂହୁର୍ତ୍ତ ଉପରେ ବକ୍ତବ୍ୟ ରଖିବା ସହ ଅଞ୍ଚଳର ଜନସାଧାରଣ ଓ ପ୍ରତିନିଧି ଙ୍କ ଆତ୍ମୀୟ ସରଳ ବ୍ୟବହାର ସବୁଦିନ ପାଇଁ ମନେ ରହିବ ବୋଳି ପ୍ରକାଶ କରିଥିଲେ। ସରପଞ୍ଚ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ, ଅଧ୍ୟକ୍ଷ ଥବିର ବାଗ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ଯଦୁମଣି ସାହୁ ଜୟପାଟଣା ବ୍ଲକ ର ବିକାଶ ରେ ବିଦାୟୀ ବି ଡି ଓ ଶ୍ରୀମତୀ ପ୍ରଧାନ ଙ୍କ ଉଲ୍ଲେଖନୀୟ ଅବଦାନ ର ଭୂୟସୀ ପ୍ରଶଂସା କରିବା ସହ ନୂତନ ବିଡିଓ ଶ୍ରୀ ମାଝିଙ୍କୁ ସ୍ଵାଗତ କରିବା ସହ ଅଞ୍ଚଳର ବିକାଶ ପାଇଁ ଅନୁରୋଧ କରିଥିଲେ। ଏ ଅବସରରେ ଉଭୟ ବିଦାୟୀ ଓ ନୂତନ ବି ଡି ଓ ଙ୍କୁ ସ୍ମୃତିଚିହ୍ନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତହସିଲଦାର ଶ୍ରୀ ରଘୁନାଥ ମୁଣ୍ଡାରୀ, ଅଧ୍ୟକ୍ଷ ଥବିର ବାଗ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ସଂଘ ସଭାପତି କୈଳାସ ସାହୁ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ, ସି ପି ପତିତପାବନ ପ୍ରଧାନ, ଏ ପି ଓ ସତୀଶ ରଞ୍ଜନ ବେହେରା, ଜି ପି ଓ ହେମନ୍ତ କୁମାର ଭୋଇ, ଏନ୍ ଆର୍ ଜି ଏ ସହଯୋଗୀ ସୁବ୍ରତ କୁମାର ସାହୁ ଆବାସ ସହଯୋଗୀ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପାଇକ କେନ୍ଦୁମୁଣ୍ଡି ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ମଙ୍ଗଳପୁର ସରପଞ୍ଚ ଇପ୍ସିତା ପଣ୍ଡା, ଜୟପାଟଣା ସରପଞ୍ଚ ମୌସୁମୀ ଡଙ୍ଗରି, ରଣମାଲ ସରପଞ୍ଚ ପ୍ରତିନିଧି ସୁଧିର କୁମାର ପଣ୍ଡା, ବାଣ୍ଡିଗାଁ ସରପଞ୍ଚ, ଭେଜିଗୁଡା ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡ ସଭ୍ଯ ସଭ୍ୟା ଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଯୋଗ ଦେଇଥିଲେ। ବିଶେଷକରି ଭେଜିଗୁଡା ପଞ୍ଚାୟତ ସରପଞ୍ଚ ଙ୍କ ଦ୍ଵାରା ଆୟୋଜିତ ଏତାଦୃଶ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ପ୍ରସଂସା ର ପାତ୍ର ହୋଇଛି ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

masiha

ଆନନ୍ଦ ନଗର,କାଠଗଡ଼ା ଅଂଚଳରେ ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ , କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ

Sunil Chandra Nayak

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ,ବାହାରିଲା ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!