ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

ଲାଞ୍ଜିଗଡ଼,୦୮/୧୧(ମନିସ)-ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ଓ କର୍ମଚାରୀ ରାଜ୍ୟ ବୀମା ନିଗମ ତଥା କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶେଷ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ଜିଲ୍ଲା ସମ୍ମନ୍ବୟ କମିଟି ସଭାପତି ଶିଶିର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ! ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ବରଞ୍ଜନ ସାହା ସଭା ପରିଚାଳନା କରିଥିବାବେଳେ ଅତିରିକ୍ତ ଶ୍ରମ ଅଧିକାରୀ ଜିତମ ମାଝୀ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଆଦିତ୍ୟ କୁମାର ସିଂହ, ପ୍ରମୋଦ ବେନିଆ, ସନ୍ୟାସୀ ପ୍ରଧାନ, ଅମରିବିକାଶ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ଏଇ ଅବସରରେ ଲାଞ୍ଜିଗଡ଼ ବ୍ଲକର ୧୦୪୪ ଜଣ ନିର୍ମାଣ ଶ୍ରମିକଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ! ସେଥିମଧ୍ୟରୁ ୩୧୯ଜଣଙ୍କୁ ପାଠପଢା ସହାୟତା,୪୩୮ଜଣଙ୍କୁ ବିବାହ ସହାୟତା, ୧୧୩ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ୧୫୧ ହିତାଧିକାରୀଙ୍କୁ ମ୍ରୁତ୍ୟୁକାଳୀନ ସହାୟତା, ୨୩ଜଣଙ୍କୁ ପ୍ରସବକାଳୀନ ସହାୟତା ପ୍ରଦାନ କରାଯାଇଥିଲା ! ସେହିପରି ୨୧୮ ଜଣ ହିତାଧିକାରୀଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିବାବେଳେ ୧୮୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ରେ ଦୁଇ ଫଟୋ ଗ୍ରାଫର ଙ୍କୁ ପୁରସ୍କାର ପ୍ରଦାନ 

masiha

କୁଆପଥର ବର୍ଷାରେ ଉଜୁଡିଲା ଗୋତୋମୁଣ୍ଡା ଅଞ୍ଚଳର ପିଆଜ ଚାଷ, କ୍ଷତିପୂରଣ ଦାବି କଲେ ଚାଷୀ

Sunil Chandra Nayak

ତେନ୍ତୁଳିପଡାକୁ ସବୁଦିନିଆ ରାସ୍ତା ନିର୍ମାଣ କେବେ? ୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ , ବର୍ଷା ଦିନେ ଅଧାବାଟରେ ଅଟକୁଛି ଯାନବାହନ, ଅପହଞ୍ଚ ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!