ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି ବୈଠକ

ରାୟଗଡା :-ତା.୦୮/୧୧ ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପାଇଁ ଗତ ତା ୦୭/୧୧/୨୦୨୩ରିଖରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳାକୁ ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା I ନଭେମ୍ବର ୧୮ ଓ ୧୯ ତାରିଖରେ ଜିସିଡ଼ି ଉଚ୍ଚ ବିଦ୍ୟାଳୟ ପଡିଆରେ ମେଳା ଆୟୋଜନ ହେବ I ଏଥିରେ ୪୦ଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ I ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ସହ ଚାଷୀ-ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ I ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରିଥିବା ୮ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ +୨ ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଣୀ ଚିକିତ୍ସା ଶିକ୍ଷା ଉପରେ ଏକ ସେମିନାର ଆୟୋଜିତ ହେବ I ଏତଦବ୍ୟତୀତ ଗୋସମ୍ବର୍ଧନା ଉତ୍ସବ ପାଇଁ ଗୋପୁଜନ ସହ ଏକ ଗୋ ବତ୍ସା ପ୍ରଦର୍ଶନୀ ଅନୁଷ୍ଠିତ ହେବ I ୧୩ ଓ ୧୪ ନଭେମ୍ବରରେ ଗୁଡାରି , କାଶୀପୁର, ରାୟଗଡା ଓ ବିଷମକଟକ ବ୍ଲକ ରେ ଗୋଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରି ଗୋ-ମହିଷାଦିଙ୍କର ବିଭିନ୍ନ ରୋଗର ଚିକିତ୍ସା ଓ ଟୀକାକରଣ କରାଯିବ I ପ୍ରତ୍ୟେକ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୭୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀପାଳକ ଏହି ମେଳାରେ ଅଂଶଗ୍ରହଣ କରିବେ I ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କ ଅବଗତି ପାଇଁ ପ୍ରତିଦିନ ଅପରାହ୍ନରେ ଲୋକନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ I ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ହାଡ଼ିବନ୍ଧୁ ଭୋଇ , ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର କୁମାର ନାୟକ, ରାୟଗଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଡା. ଦିଲ୍ଲୀପ କୁମାର ବେହେରା , ଗୁଣୁପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଚୁଳକାନ୍ତି ତାଜନ, ଲିଡ଼ ବାଙ୍କ ମ୍ୟାନେଜର ଭବ ରଞ୍ଜନ ମିଶ୍ର, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ହେମନ୍ତ କୁମାର ବାଗ, ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ଗୁଣୁପୁରର ବରିଷ୍ଠ ବୈଜ୍ଞାନିକ ଡା ସୁସ୍ମିତା ମହାନ୍ତି , ଜିଲ୍ଲା ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

masiha

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ 

masiha

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

masiha

Leave a Comment

error: Content is protected !!