ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଡାବୁଗାଁ, ୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ ଅଧୀନ କୁସୁମବନ୍ଧ ଗ୍ରାମର ମିନି ଷ୍ଟାଡିୟମରେ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଉକ୍ତ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନିତ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ, ଡାବୁଗାଁ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରା, ଜିଲା କଳା ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକ ଭତ୍ରl, ଆର. ପ୍ରକାଶ ରାଓ ପ୍ରମୂଖ ଉପସ୍ଥିତ ଥିଲେ l ଏହି ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଟି ସିୱାଇଏ ଚିତ୍ରକୋଟ ଦଳ ସହ କୁସୁମବନ୍ଧ ଦଳ ମଧ୍ୟରେ ଖେଳା ଯାଇଥିଲା l ଏଥିର ୪-୦ ଗୋଲରେ ଚିତ୍ରକୋଟ ଦଳ ବିଜୟୀ ହୋଇଥିଲା | ଏଥିରେ ବିଜୟୀ ଦଳକୁ ୧୫ ଟଙ୍କା ସହ ଟ୍ରଫି ଓ ପରାଜିତ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏଥିରେ ଶ୍ରେଷ୍ଠ ସ୍କୋରର ଚିତ୍ରକୋଟ ଦଳର ୭ ନଂ ଖେଳାଳି ଅମିତ, ଶ୍ରେଷ୍ଠ ଗୋଲ କିପର ବୋରୀଗୁମ୍ମା ଦଳ, ଶ୍ରେଷ୍ଠ ବେକି କୁସୁମବନ୍ଧର ଦଶମନ୍ତ ଭତ୍ରା, ଶ୍ରେଷ୍ଠ ପ୍ଲେୟାର ଚିତ୍ରକୋଟ ଦଳର ୩ ନଂ ଖେଳାଳି ମେସି, ଶ୍ରେଷ୍ଠ ଦଳ ବିଜୟ ପଟ୍ଟନାୟକ ଷ୍ଟାଡିୟମ ଉମରକୋଟ, ଶ୍ରେଷ୍ଠ ଡିଫେଣ୍ଡର ଚିତ୍ରକୋଟ ଦଳର ୧୧ ନଂ ଖେଳାଳି, ଶ୍ରେଷ୍ଠ ହାପ ପ୍ଲେୟାର ଚିତ୍ରକୋଟ ଦଳର ୬ ନଂ ଖେଳାଳି ସତ୍ୟ, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଏକମ୍ବା, ଶ୍ରେଷ୍ଠ ରେଫରି ଆରିୟା, ଅରୁଣ ସାନ୍ତା, ରୋହଣ ସାନ୍ତା ଓ ଚଇତୁ ଭତ୍ରା, ଝରିଗାଁ ବ୍ଲକ ରାଣୀଚଚରା ଗ୍ରାମର ଶ୍ରେଷ୍ଠ ଭାଷ୍ୟକର ନୀଳକଣ୍ଠ ସାନ୍ତା ପ୍ରମୁଖଙ୍କୁ ପୁରସ୍କୃତ କରଯାଇଥିଲା | ଏଥିରେ ମୋଟ ୧୬ ଟି ଦଳ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରିଥିଲେ l ଉକ୍ତ ଟୁର୍ଣ୍ଣାମେଣ୍ଟ କୁ କମିଟି ସଭାପତି ସୁବାସ ଚନ୍ଦ୍ର ଷଡଙ୍ଗୀ, ଉପସଭାପତି କୁମପାଣି ମାଝୀ, ସମ୍ପାଦକ ସରାବୁ ପୂଜାରୀ, ସହସଂପାଦକ ଗୋବିନ୍ଦ ମାଝି, କୋଷାଧ୍ୟକ୍ଷ ଡମନା ପୂଜାରୀ ଓ ହୀରାଧର ପୁଝାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ l କୁସୁମବନ୍ଧ ନେତାଜୀ ଯୁବକ ସଂଘ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

masiha

Differently Abled Cricket Council of India receives PCI recognition.

masiha

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

masiha

Leave a Comment

error: Content is protected !!