ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୟନୀୟ ଅବସ୍ଥାରେ ଦୁଇ ବିକଳାଙ୍ଗ ଭାଇ

ସରକାରୀ ଯୋଜନା ଠୁ ବଞ୍ଚିତ 

 ନର୍ଲା – ମ ନି ସ ଦୟନୀୟ ଅବସ୍ଥାରେ ପରିବାର l ପରିବାର କହିଲେ ବୃଦ୍ଧ ବାପା ଓ ଦୁଇ ବିକଳାଙ୍ଗ ଭାଇ ।  ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଗୁଡ଼ାଏ ଯୋଜନା ଅଛି, କିନ୍ତୁ କାର୍ଯ୍ୟକାରୀ ନ ହେବାର ନଗ୍ନ ରୂପ ଦେଖିବାକୁ ମିଳୁଛି ଏହି ପରିବାରରୁ ।

ନର୍ଲା ବ୍ଲକ୍ ସର୍ଗିଗୁଡ଼ା ପଞ୍ଚାୟତ ଅଧିନସ୍ଥ ପଟାଙ୍ଗପଡ଼ା ଗ୍ରାମର ର ବୃଦ୍ଧ ବଚନ ରାଉତ ଙ୍କ ପରିବାର ର ଦୁଇ ପୁଅ କାଳିଆ ରାଉତ (36)ଏବଂ ପ୍ରକାଶ ରାଉତ(40) ଶାରୀରିକ ଭାବରେ ବିକଳାଙ୍ଗ ଅଛନ୍ତି। ହେଲେ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ହେଲା କୌଣସି ସରକାରୀ ସୁବିଧା କିମ୍ବା ସାହାଯ୍ୟ ପାଇ ପାରୁ ନାହାଁନ୍ତି। ଆଧାର କାର୍ଡ ମଧ୍ୟ ଆଜି ପର୍ଯ୍ୟନ୍ତ ହେଇ ନାହିଁ। ସେମାନେ ଶାରୀରିକ ଓ ମାନସିକ ଭାବରେ ଅକ୍ଷମ ଥିବା ଯୋଗୁ ସରକାରୀ କାର୍ଯ୍ୟାଳୟ ଯିବା ସମ୍ଭବ ନୁହେଁ। ହେଲେ ତାଙ୍କ ପାଖକୁ କୌଣସି ସରକାରୀ କର୍ମଚାରୀ ମଧ୍ୟ ପଂହଞ୍ଚୁ ନଥିବାର ଅଭିଯୋଗ କରିଛନ୍ତି। ସରକାରୀ ସୁବିଧା ଭାବରେ ଖାଲି ଗୋଟିଏ ରାସନ୍ କାର୍ଡ ଅଛି ସେଥିରେ ପରିବାର ୨0 କିଲୋଗ୍ରାମ ଚାଉଳ ପାଉଛନ୍ତି। ପରିବାର ରେ ଜଣେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉ ନାହାନ୍ତି। ୧୦ ଦିନ ପୂର୍ବରୁ ଦୁଇ ପୁଅଙ୍କ ମା ଙ୍କ ମଧ୍ୟ ଦେହାନ୍ତ ହେଇ ଯାଇଛି। ଦେହାନ୍ତ ହେଇ ଗଲା କିନ୍ତୁ ମିଳିିଲା ନାହିଁ ବାର୍ଦ୍ଧକ୍ୟ ଭତା।

ଏଠାରେ ପ୍ରଶ୍ନ ଉଠୁଛି, କେବେ ମିଳିବ ସରକାରୀ ସାହାଯ୍ୟ? କେବେ ପଡ଼ିବ ସକରଙ୍କ ନଜର? କେବେ ସରିବ ଏହି ଦୁଃଖୀ ପରିବାର ର ଦୁଃଖ ?

ବିକଳାଙ୍ଗ ଦ୍ବୟ ଙ୍କ ବାପା ବଚନ ରାଉତ କହନ୍ତି -:-

୨୦ ବର୍ଷ ପୂର୍ବେ ସରପଞ୍ଚ ଥିଲେ ଶ୍ରୀଯୁକ୍ତ ଥବିର ବୁଦ୍ଧିଆ, ସେହି ସମୟରେ ପରିବାର ପାଇଁ ସରକାର ତରଫରୁ ଇନ୍ଦିରା ଆବାସ ଯୋଜନା ଯୋଗାଇଥିଲେ। କିନ୍ତୁ ସେହି ସମୟରେ ଆବାସ ଯୋଜନା ରେ ୨୦-୨୫୦୦୦ ଟଙ୍କା ର ଘର ହେଉଥିଲା। ଆଜି ସେହି ଘର ବିପଦ ସଙ୍କୁଳ ଅବସ୍ଥା ରେ ରହିଛି। ପୂର୍ବତନ ସରପଞ୍ଚ ଥବିର ବୁଦ୍ଧିଆ ନର୍ଲା ବ୍ଲକ୍ ରେ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳିପାରି ନାହିଁ।

 ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ଗ୍ରାଉଣ୍ଡ ଜିରୋ ରିପୋର୍ଟ ମସିହା. ଇନ

Related posts

ଭାଲୁ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଆହତ     

ପ୍ରକୃତି ଓ ଜଳ ସଞ୍ଚୟ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ମା ତାରିଣୀ ମନ୍ଦିରରେ ଗାଡି ପୂଜା

Sunil Chandra Nayak

Leave a Comment

error: Content is protected !!