ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ,ମାଆ ଗୁରୁତର

ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ,ମାଆ ଗୁରୁତର

ପାପଡାହାଣ୍ଡି,9/11, ମନିସ — କ୍ଷଣିକ କଥାରେ ଉତକ୍ଷିପ୍ତ ହୋଇ ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ରହିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଅନ୍ତର୍ଗତ ବାବାଜିଗୁଡା ଗ୍ରାମରେ । ଅଭିଯୁକ୍ତ ଅବଦାନ ହରିଜନଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଅଭିଯୁକ୍ତଙ୍କ ମା କନକ ହରିଜନ ଓ ଆଇ ଦୂତି ହରିଜନ ଏକାଠି ବସି କଥା ହେଉଥିଲେ । ହଠାତ ଏକ କୌଣସି କଥାରେ ଉତକ୍ଷିପ୍ତ ହୋଇ ରାଗି ଯାଇ ମା ଓ ଆଇକୁ ଏକ ଠେଙ୍ଗା ସାହାଯ୍ୟରେ ପିଟିବାକୁ ଆରମ୍ଭ କରିଥିଲେ । ଦୂତି ହରିଜନଙ୍କୁ ମୁଣ୍ଡରେ ବହୁତ ଆଘାତ ଲାଗିଥିଲା । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦୁତିଙ୍କ ମୃତ ହୋଇଥିଲା । ଏପଟେ କନକଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବାରୁ ପ୍ରଥମେ ନବରଙ୍ଗପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅଧିକ ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଖବର ପାଇ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି । ପୋଲିସ କେସ ନମ୍ବର 193/23 ରେ ଏକ ମାମଲା ରୁଜୁ କରି ଆସନ୍ତା କାଲି କୋର୍ଟ ସ୍ଥାନାନ୍ତରଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

masiha

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

Sunil Chandra Nayak

ମେଡିକାଲ ରିପ୍ରେଜେଣ୍ଟେଟିଭର ଘର ଭିତରେ ସନ୍ଦେହ ଜନକ ମୃତ୍ୟୁ : ହତ୍ଯା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!