ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁରୁଣା ବ୍ଲକ କାର୍ଯ୍ୟାଳୟ ତଥା ପୁରୁଣା ସମନ୍ୱିତ ଶିଶୁବିକାଶ କାର୍ଯ୍ୟାଳୟ ପଛପଟେ ଥିବା ରାସ୍ତା କଡରେ ଗଦା ଗଦା ଭୋଟ ପରିଚୟ ପଡି ରହିଥିବାର ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଜନକଲ୍ୟାଣ ସାମ୍ବାଦିକ ଗୋଷ୍ଠୀର ସାମ୍ବାଦିକମାନେ ବ୍ଲକ କୃଷିବିଭାଗ କାର୍ଯ୍ୟାଳୟକୁ ଯିବା ବେଳେ ରାସ୍ତାରେ କୁଢ଼ କୁଢ଼ ଭୋଟର ପରିଚୟ ପତ୍ର ପଡିଥିବା ଦେଖିବାକୁ ପାଇଥିଲେ । ଏତେ ସଂଖ୍ୟାରେ ଭୋଟର ପରିଚୟ ପତ୍ର ପଡିଥିବା ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭୋଟର ପରିଚୟପତ୍ର ଗୁଡିକ ବାସ୍ତବିକ ବୋଲି ଜଣାପଡ଼ିଥିବା ବେଳେ କେହି ଦୁର୍ବୁତ୍ତ ବ୍ୟକ୍ତି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଭୋଟର ପରିଚୟ ପତ୍ର ଏକ ଜାତୀୟ କାର୍ଡ ଯାହାଦ୍ୱାରା ଜଣେ ନାଗରିକ ନିଜର ଭୋଟ ଖଣ୍ଡିକ ଦେଇ ଭାରତ ସମ୍ବିଧାନର ଶାସନ ପଦ୍ଧତିକୁ ଚଳାଇବାକୁ ସହାୟକ ହୋଇଥାଏ । ହେଲେ ଏପରି ଏକ ମୂଲ୍ୟବାନ ଜିନିଷକୁ ରାସ୍ତାକଢ଼ରେ ଫିଙ୍ଗି ଦେଇଥିବା ନେଇ ପୂର୍ବତନ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ପ୍ରଶାସନ ଓ ବିଭାଗୀୟ କର୍ମଚାରୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ଭୋଟର କାର୍ଡ ଧର୍ମଗଡ଼ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ରହିବା ବଦଳରେ ଗୋଳାମୁଣ୍ଡା ପୁରୁଣା ବ୍ଲକ ପଛପଟେ ବହୁ ସଂଖ୍ୟାରେ ପଡିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏ ନେଇ ଧର୍ମଗଡ଼ ଉପ ଜିଲ୍ଲାପାଳ ବିରଞ୍ଚିନାରାୟଣ ଦରୱାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ସେ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ପରେ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ରିମିତ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଜିପିଓଙ୍କୁ ପ୍ରତିକ୍ରିୟା ମାଗିବାରୁ କୌଣସି ଉତ୍ତର ଦେଇ ନ ଥିଲେ । ଧର୍ମଗଡ଼ ଉପଜିଲ୍ଲାପାଳ ଏ ଉପରେ ତଦନ୍ତ କରି ଅବହେଳିତ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

Sunil Chandra Nayak

ସରକାରୀ ବାବୁଙ୍କ ଖଣି କମ୍ପାନୀ ପ୍ରୀତି କାହା ସ୍ୱାର୍ଥରେ ??

masiha

ଆରଣ୍ୟକ ବାରିକ ସଂଘ ତରଫରୁ ବିଧାୟିକା ମନୋରମା ମହାନ୍ତି ଙ୍କୁ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!