ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

ଉମରକୋଟ:(୧୧|୮)(ରବି ନାରାୟଣ ମହାନ୍ତି)– ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ପୋଡ଼ାଗଡ଼ ରେ ଗଢି ଉଠିଥିବା ବିଭିନ୍ନ ମନ୍ଦିର ମଧ୍ୟରୁ ଚୌରିଆ ମନ୍ଦିର ଉପରେ ଗତ ରାତ୍ରିରେ ବିରାଟ ବରଗଛ ଭାଙ୍ଗିପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗି ଯାଇଛି lଏହି ପର୍ଯ୍ୟଟନସ୍ଥଳୀ ର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ପଡିଛି l ଉକ୍ତ ପର୍ଯ୍ୟଟନସ୍ଥଳୀକୁ ବହୁ ବିଦେଶୀ ପର୍ଯ୍ୟଟକ ଆସି ଉକ୍ତ ସ୍ଥାନ ପରିଦର୍ଶନ କରି ବେଶ ଆନନ୍ଦିତ ହୋଇ ଥାଆନ୍ତି l ଏଣୁ ଦୈବ ଦୁର୍ବିପାକ ଯୋଗୁଁ ଲଗାତାର ବର୍ଷା ରହିଥିବାରୁ ଗତ କାଲି ରାତ୍ରିରେ କେତେବେଳେ ପାଖରେ ଥିବା ବିରାଟ ବରଗଛ ଚୌରିଆ ମନ୍ଦିର ଉପରେ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡା ଭାଙ୍ଗି ମନ୍ଦିରର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଇଛି l ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେଇ ମନ୍ଦିର ଚୁଡାକୁ ନିର୍ମାଣ ଦିଗରେ ପଦକ୍ଷେପ ନେବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

ଜୟପାଟଣାରେ ଫେଲ୍ ମାରିଛି ବସୁଧା ଯୋଜନା

Sunil Chandra Nayak

ଚିଲିକା ନଳ ବଣରେ ହୁତୁହୁତୁ ହୋଇ ଜଳୁଛି ନିଆଁ : ବିପଦରେ ଜଳଚର ଜୀବ !!!

Sunil Chandra Nayak

Leave a Comment

error: Content is protected !!