ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ତାନଶ୍ରୀ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ତାନଶ୍ରୀ 

ବାଲେଶ୍ୱର, ୦୯/୧୧/୨୩- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତ୍ୟେକ ରବିବାର ପ୍ରତିଯୋଗିତା ମାଧ୍ୟମରେ ଇଚ୍ଛୁକ ସାହିତ୍ୟ ସାଧକ/ସାଧିକା ମାନଙ୍କୁ କିଛି ନା କିଛି ଶିକ୍ଷା ଦେବାର ବ୍ଯବସ୍ଥା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୦୫/୧୧/୨୩ ରିଖ ଦିନ ଗଳ୍ପ ପ୍ରତିଯୋଗିତା ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ମିଛ ହେଲା ମୋର ସତ ସପନ ” । ଏଥିରେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ବିଷ୍ଣୁପ୍ରିୟା ଜେନା, ବାଣପୁର, ବାଲିଅନ୍ତା, ଖୋର୍ଦ୍ଧା (୩) ଲକ୍ଷ୍ମୀ ବିଶ୍ବାଳ, ଦହିସଡା, ସୋର, ବାଲେଶ୍ଵର (୪) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୫) ସଚଳା ସେଠୀ, ଜଗତସିଂହପୁର (୬) ଗୀତାଞ୍ଜଳି ପୃଷ୍ଟି, କଟକ (୭) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୯) ମମତା କୁମାରୀ ବେହୁରା, କଟକ (୧୦) ଧରିତ୍ରୀ ଦାସ, ରାଉତରାପୁର, ଯାଜପୁର (୧୧) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର (୧୨) ମନୋରମା ଭୋଇ, ଓଳା°ଶ, ବିଳାଶୁଣି, କଟକ (୧୩) ବୀଣାପାଣିଦେବୀ, ବାଣପୁର, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ସମୀକ୍ଷକ ତଥା ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ବାଲେଶ୍ଵର ବାଲିଆ ସ୍ଥିତ ଶିଶୁ ମନ୍ଦିର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ ପ୍ରଥମ, ଗୀତାଞ୍ଜଳି ପୃଷ୍ଟି ଦ୍ବିତୀୟ ଓ ପୂଜାରାଣୀ ପଣ୍ଡିତଙ୍କୁ ତୃତୀୟ ସ୍ଥାନ ମିଳିଛି । ଗଦ୍ୟ ସାହିତ୍ୟର ଉନ୍ନତି ଲକ୍ଷ୍ୟ ନେଇ ଏ ଅନୁଷ୍ଠାନ ଗଠିତ । ତେଣୁ ପ୍ରତ୍ୟେକଙ୍କୁ କିଛି ନା କିଛି ଶିକ୍ଷା ଦେବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ସେଥିପାଇଁ ପ୍ରତିଯୋଗିତା ଅନୁଷ୍ଠିତ କରାଯାଥାଏ । ଇଚ୍ଛୁକ ସାହିତ୍ୟ ବନ୍ଧୁ ମାନେ ଏହି ପ୍ରତିଯୋଗିତାରେ ସ୍ବ ଇଚ୍ଛାରେ ଅଂଶ ଗ୍ରହଣ କରିଥାନ୍ତି । କାହାରିକୁ ଅଂଶ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇ ନଥାଏ । ସବୁଠାରୁ ଖୁସିର କଥା ଏହି ଅନୁଷ୍ଠାନରୁ ଯାଇ ଅନ୍ୟ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ପଦବୀ ମଣ୍ଡନ କଲେଣି । ପ୍ରଭୁ ଜଗନ୍ନାଥ ସେହି ମାନଙ୍କୁ ଆର୍ଶୀବାଦ କରନ୍ତୁ ଆହୁରି ଆଗକୁ ଯାଆନ୍ତୁ । ଫଳାଫଳରେ କେହି ଭାଙ୍ଗି ପଡନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ନା ଦିନେ ସ୍ଥାନ ଅଧିକାର କରିବାରେ ସକ୍ଷମ ହେବେ । ହଁ ମନେରଖନ୍ତୁ ବେଳେ ବେଳେ କବିତା ପ୍ରତିଯୋଗିତାକୁ ମଧ୍ୟ ଅନୁଷ୍ଠାନ ଧ୍ଯାନ ଦେଇଥାଏ ବୋଲି ସମ୍ପାଦକ କବି କମଳ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଲେଖନୀ ଚାଲୁ ରଖିବା ପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ନିବେଦନ କରାଯାଇଛି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

Sunil Chandra Nayak

ପବିତ୍ର ରାମ ନବମୀରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ CRCC ବାବୁଲାଲ ହରିଜନ

Sunil Chandra Nayak

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!