ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାଉରକେଲା: ଓଡ଼ିଶା ନାଟ୍ୟସଂଘ, ରାଉରକେଲା ଶାଖା ତରଫରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ଉପଲକ୍ଷେ ନାଟ୍ୟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ଠାରୁ ବିଭିନ୍ନ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା, ଅଭିନେତା, ଅଭିନେତ୍ରୀ ମାନେ ଯୋଗଦେଇ ପଦଯାତ୍ରାରେ ଅଂଶଗ୍ରହଣ କରି କଲଚରାଲ ଏକାଡେମୀ ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସରରେ ପଞ୍ଚତତ୍ବ ନାଟ୍ୟ ଦଳ ତରଫରୁ ସ୍ବଚ୍ଛତା ସମ୍ପର୍କୀତ ଏକ ପଥପ୍ରାନ୍ତ ସଚେତନତା ମୂଳକ ନାଟକ ପ୍ରଦର୍ଶିତ କରାଯାଇଥିଲା। ଏହି ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ଜନ୍ମଞ୍ଜୟ ମହାନ୍ତି ଦେଇଥିଲେ। ଏହି ଅବସରରେ ନାଟ୍ୟ ପ୍ରଦର୍ଶନ ଓ କଳାକାର ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚକ ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ନାଟକର ତଥ୍ୟ ଓ ଭାବ ବୁଝିଲେ ବ୍ୟକ୍ତି ର ବିକାଶ ଓ ସାମର୍ଥ୍ୟ ର ବିକାଶ ହୋଇଥାଏ। ନାଟକ ମାଧ୍ୟମରେ ଅନେକ ଶିକ୍ଷା ମିଳିଥାଏ। ନାଟକ କେବଳ ମନୋରଂଜନ ନୁହେଁ ବରଂ ଚିତ୍ତରଞ୍ଜନ ଓ ଆନନ୍ଦ ପ୍ରଦାୟକ ହେବା ଜରୁରୀ। ଭଲ ନାଟକ ପାଇଁ ଉଭୟ କଳାକାର ଓ ପ୍ରଯୋଜକ ଦାୟିତ୍ବବାନ ଓ ନିଷ୍ଠାପର ଉଦ୍ୟମ ଦରକାର ବୋଲି ଆଲୋଚକ ମାନେ ମତ ରଖିଥିଲେ। ଓଡ଼ିଶା ନାଟ୍ୟ ସଂଘ ସୁନ୍ଦରଗଡ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ସେଠୀ ଓ ସଂଘର ପଶ୍ଚିମାଞ୍ଚଳ ଯୁଗ୍ମ ସମ୍ପାଦକ ଆଲୋକ ରଂଜନ ବୋଷଙ୍କ ଆବାହକତ୍ୱରେ ଆୟୋଜିତ ପଦଯାତ୍ରା ଓ ଆଲୋଚନାଚକ୍ରରେ ଡ଼ଃ ସମର ମୁଦାଲି, ରାଜୀବ ପାଣି,ପ୍ରଫୁଲ୍ଲ ସାମଲ, ବିଲୋଚନ ପାତ୍ର, ସୁରେନ୍ଦ୍ର ପାଢ଼ୀ, ବ୍ରଜେନ୍ଦ୍ର ଦାଶ, ଭାସ୍କର ମହାପାତ୍ର, ମନୋଜ ବକ୍ସି, ଅଶୋକ କୁମାର ରାଉତ,ବିଜୟ ପାତ୍ର, ପ୍ରଦୀପ ପାଣିଗ୍ରାହୀ,ପ୍ରଣବ ପାଣିଗ୍ରାହୀ, ଡ଼ଃ କୃପାସିନ୍ଧୁ ନାୟକ, କିଶୋର ମହାରଣା, ଭାସ୍କର ଚନ୍ଦ୍ର ସାହୁ, ସତ୍ୟ ମିଶ୍ର, ପ୍ରଦୀପ୍ତ ରାୟ,ଶରତ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ସଂଘର ସୁନ୍ଦରଗଡ ଜିଲ୍ଲା ସହ ସଂଯୋଜିକା କନକଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ନାଟ୍ୟପ୍ରେମୀ, ନାଟ୍ୟକର୍ମୀ , କଳାକାର ମାନେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

masiha

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

Leave a Comment

error: Content is protected !!