ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

୨୦୧୪ ମସିହାରେ କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର ଥକାମନା ବେହେରା ଙ୍କ ନାବାଳିକା ଝିଅ ଶୌଚ ପାଇଁ ଯାଉଥିବା ବେଳେ ସେହି ଗ୍ରାମର ଜୟ ପ୍ରସାଦ ବେହେରା ତାକୁ ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ସହ ନିକଟସ୍ଥ କୂଅ ରେ ଫିଙ୍ଗି ଦେବା ପାଇଁ ଧମକ ଦେଇଥିଲେ। ଏକଥା ନାବାଳିକା ନିଜ ଜେଜେମା ଙ୍କୁ କହିବାରୁ ସେ ଏନେଇ ପ୍ରତିବାଦ କରିଥିଲେ। ଏଥିରେ ଉକ୍ଷିପ୍ତ ହୋଇ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଙ୍କ ବାପା ମାୟାଧର ବେହେରା ଙ୍କ ପ୍ରରୋଚନାରେ ଅଭିଯୁକ୍ତ ଜୟ ପ୍ରସାଦ ବେହେରା ପୀଡିତା ପଦ୍ମାବତୀ ବେହେରାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ତାଙ୍କ ଡାହାଣ ହାତ ଓ ବାମ ଗୋଡ଼ ଭାଙ୍ଗି ଯାଇଥିବା ପୀଡିତା ଙ୍କ ପୁତ୍ର ଥକାମନ ବେହେରା କେଗାଁ ଥାନା ରେ ଲିଖିତ ଏତାଲା ପ୍ରଦାନ କରିଥିଲେ। କେଗାଁ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୯୫/ ୧୪.୧୦.୨୦୧୪ ଭରତୀୟ ପିଙ୍ଗଳ କୋର୍ଡ ଦଫା ୩୫୪,୩୨୩,୩୨୬,୫୦୬ ଓ ୩୪ ବଳରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୯ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ଇତି ମଧ୍ୟରେ ଅଭିଯୁକ୍ତ ମାୟାଧର ବେହେରା ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ କୁମାର ଦାସ ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଜୟ ପ୍ରସାଦ ବେହେରା କୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୨୬ ରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। । ରାଜ୍ୟ ସରକାର ଙ୍କ ତରଫରୁ ସହକାରୀ ସରକାରୀ ଓକିଲ ଶ୍ରୀ ବିବତ୍ସ କୁମାର ନେଗୀ ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଦ୍ୟପ ନୃସଂଶ ବାପାର ଉନ୍ମତ୍ତ କାଣ୍ଡ:କୋଦାଳରେ ୨୨ ବର୍ଷ ର ପୁଅକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ

Sunil Chandra Nayak

ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

Leave a Comment

error: Content is protected !!