ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

ଡାବୁଗାଁ, ୧୦/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ୨ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଶୁକ୍ରବାର ଉଦଯାପିତ ହୋଇଯାଇଛି | ଏଥିରେ ଡାବୁଗାଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବିଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋଇ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ପ୍ରାଣୀ ଚିକିତ୍ସକ ଡା. ଏଲ. ଲୋକନାଥ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଅଧିକ ସଶକ୍ତି କରଣ କରିବା ପାଇଁ ସେମାନଙ୍କୁ ଛତୁ ଚାଷ ମିଶନ, ଫୁଲ ଚାଷ ମିଶନରେ ସାମିଲ ହେବା, ବିଶେଷ କରି ମସଲା ଉନ୍ନୟନ ଯୋଜନା ମାଧ୍ୟମରେ ଲଙ୍କା ଚାଷ, ଧନିଆ ଚାଷ, ଅଦା ଓ ହଳଦୀ ଚାଷ, ମେଥି ଚାଷ ଉପରେ ଗୁରୁତ୍ଵାରୋପ କରାଯାଇଥିଲା | ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଶଙ୍କର ଜାତୀୟ ପନିପରିବା ଚାଷରେ ସହାୟତା, ଆଳୁ ଓ ପିଆଜ ଚାଷରେ ସହାୟତା, ଅମଳ ପରବର୍ତ୍ତୀ ପରିଚାଳନା ଓ ବିକ୍ରୟ ସହାୟତା, ସ୍ଵତନ୍ତ୍ର ଫଳ ଚାଷ ଯୋଜନା, ମହୁମାଛି ପାଳନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ହିତାଧିକାରୀଙ୍କ ଜମିରେ ଫଳ ଚାଷ ପାଇଁ ସରକାରୀ ସହାୟତା ପାଇବା ଉପରେ ଆଲୋଚନା କରଯାଇଥିଲା | ଉକଟ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ବ୍ୟତୀତ କୃଷି ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ରେ ମିଳୁଥିବା ସହାୟତା ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀ ମନ ଏଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର,ରାୟଗଡ଼ା ଠାରେ ଶିକ୍ଷା ବର୍ଷ ୨୦୨୩-୨୪ର ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀଙ୍କର “ସମାବର୍ତ୍ତନ ଉତ୍ସବ” ପାଳନ 

masiha

ଖାତିଗୁଡ଼ା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!