ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ ଆଜି ମଙ୍ଗଳବାର ଦ୍ବିତୀୟ ଦିନରେ ପହଞ୍ଚିଛି l ଗତ କାଲି ସୋମବାର ଠାରୁ ଆଜି ଯାଏଁ ଦୁଇ ଦିନିଆ ଭାରତ ବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଜଣାଇଛନ୍ତି l ଜନତା ବଞ୍ଚାଅ, ଦେଶ ବଞ୍ଚାଅ ଓ ଚାଷୀ ବଞ୍ଚାଅ ନାରା ଦେଇ ବେକାରୀଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଚୁକ୍ତିଭିତ୍ତିକ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ତଥା କୃଷକ ମାନଙ୍କର ଦାବୀ ଆଦି ୧୨ ଦଫା ଦାବୀ ନେଇ ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ କର୍ଲାମୁଣ୍ଡା ବ୍ଲକ୍ ର ବିଭିନ୍ନ ସଙ୍ଗଠନ ସାମିଲ ହୋଇଛି l ଫଳରେ ବ୍ଲକ୍ ର ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ବ୍ୟାଙ୍କ୍ କ୍ଷେତ୍ରରେ ରିଷିଡ଼ା, କର୍ଲାମୁଣ୍ଡା, ଯୋରାଡୋବରା, ତେରେସିଂହା ଓ ରେଗଡା ଭଳି ସ୍ଥାନରେ ବନ୍ଦ ର ଆଂଶିକ ପ୍ରଭାବ ଦେଖିବାକୁ ମିଳୁଛି l ସିପିଆଇ ଏମ୍ ଜିଲ୍ଲା ସଦସ୍ୟ ତଥା ବ୍ଲକ ସମ୍ପାଦକ ଶତୃଘ୍ନ ରଣାଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ସମର୍ଥନ କରିଥିଲେ l ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରିଷିଡା ଫାଣ୍ଡି ଅଧିକାରୀ କ୍ଷିରସିନ୍ଧୁ ମାଝୀଙ୍କ ନେତୃତ୍ବରେ ପୋଲିସ ଟିମ୍ ଉପସ୍ଥିତ ରହିଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

Sunil Chandra Nayak

ଶିଶୁ ସୁରକ୍ଷା ଓ ବାଲ୍ଯ ବିବାହ ନିରୋଧ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧିଙ୍କ ତାଲିମ

Sunil Chandra Nayak

ନୂଆ ମୁଣ୍ଡା ଗାଁରେ ସ୍ଵଛତା ପଖୁୱାର୍ଡ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!