ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

ମୟୂରଭଞ୍ଜ-୧୦/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ହେଉଛି ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟି । ଏଠାରେ ଦୈନିକ କିଛି ‌ନା କିଛି ଦୁର୍ଘଟଣା ଓ ଅଘଟଣ ଘଟୁଛି । ଯେଉଁ ଥଇରଜ ବହୁ ମୂଲ୍ୟବାନ ଗାଡ଼ି ନଷ୍ଟ ହେବା ସହ ଅବାଧରେ ମୂଲ୍ୟବାନ ଜୀବନ ଚାଲି ଯାଉଛି । ସୂଚନାଯୋଗ୍ୟ ଆଜି ଶୁକ୍ରବାର ସକାଳ ଆଠ ଘଟିକା ସମୟରେ ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ କଲିକତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ NL 01A E 2784 ବିଶିଷ୍ଟ କଣ୍ଟେନର ବାଙ୍ଗିରିପୋଷି ଘାଟି ଚଢୁଥିବା ସମୟରେ ଦୁଆରଶୁଣୀ ଘାଟିରେ ଇଂଜିନରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିଲା।ଡ଼୍ରାଇଭର ଓ ହେଲପର ଜାଣିପାରି ଗାଡିରୁ ଓହ୍ଲାଇ ପଡ଼ି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳବାହିନୀ ଙ୍କୁ ଖବର ଦେଇଥିଲେ। ଖବରପାଇ ବାଙ୍ଗିରିପୋଷି ଓ ବିଶୋଇ ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। କିଛି ସମୟ ଧରି ଏହି ରାସ୍ତା ଦେଇ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ବେଳେ ପରେ ସ୍ବାଭାବିକ ହୋଇଥିବା ଜଣାପଡିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

କୋଇଡାରେ ତ୍ରିରଙ୍ଗା ଶୋଭାଯାତ୍ରା 

masiha

କାର୍ଯ୍ୟକ୍ଷମ ହେଲା ଆରଜିଏଚ ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ 

Sunil Chandra Nayak

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

Sunil Chandra Nayak

Leave a Comment

error: Content is protected !!