ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜବରଦସ୍ତ ଅଟକାଇ ଦସ୍ତଖତ ନେଇଥିବା ଅଭିଯୋଗ

ଜବରଦସ୍ତ ଅଟକାଇ ଦସ୍ତଖତ ନେଇଥିବା ଅଭିଯୋଗ

ଜୁନାଗଡ଼,୧୦/୧୧(ମ ନି ସ)ଜୁନାଗଡ଼ ଥାନା ଅନ୍ତର୍ଗତ ପାଣିଗାଁର ଜଣେ ବୃଦ୍ଧଙ୍କୁ କେତକ ଅଜଣା ଦୁର୍ବୁତ୍ତ ଜବରଦସ୍ତି ଅଟକାଇ ସେମାନେ ଆଣିଥିବା କାଗଜରେ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି।ସୂଚନା ମତେ ପାଣିଗାଁ ଅନୁର୍ଯ୍ୟ ନାଏକ ଦୀର୍ଘଦିନରୁ ଏହି ଥାନା ଅନ୍ତର୍ଗତ କଳିଆକୁଣ୍ଡଳ ଗ୍ରାମରୁ ଆସି ପାଣିଗାଁ ରହି ଜୀବନ ନିର୍ବାହ କରୁଛନ୍ତି।ତାଙ୍କର ପିତୃ ସମ୍ପତ୍ତି କଳିଆକୁଣ୍ଡଳରେ ରହିଛି।ହେଲେ ଗତ ୩୦ତାରିଖ ଦିନ ଅନୁର୍ଜ ସମାନ କିଣିବା ପାଇଁଯାଉଥିବା ସମୟରେ ପାଣିଗାଁ ନୂଆପୁଲିଆନିକଟ ନିଛାଟିଆ ଜାଗାରେ ଦୁଇଜଣ ଅଜଣା ଦୁର୍ବୁତ୍ତ ତାଙ୍କୁ ଅଟକାଇ ଅନାମ ନାଏକ ପଠାଇଛି ଋଣ କରିଦେବା ପାଇଁ ତୁମେ ଦସ୍ତଖତ କର ବୋଲି ଜବରଦସ୍ତ ଦସ୍ତଖତ କରାଇ ନେଇଥିଲେ।ଏଥିନେଇ କଳିଆକୁଣ୍ଡଳରେ ଥିବା ତାଙ୍କ ପିତୃସମ୍ପତ୍ତି ହଡପ କରିବା ପାଇଁ ଚଂକ୍ରାନ୍ତ ହୋଇଥିବା ଆଶଙ୍କା କରିଛନ୍ତି।ଏ ସଂକ୍ରାନ୍ତରେ ଅନୁର୍ଯ୍ୟ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଜୁନାଗଡ଼ ଥାନା ପକ୍ଷରୁ ଏଥିନେଇ ତଦନ୍ତ ଚାଲୁରହିଥି ବାତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

masiha

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

Sunil Chandra Nayak

Leave a Comment

error: Content is protected !!