ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଷାଵଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ମୁଷାଵଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

 ମୟୂରଭଞ୍ଜ -୧୧/୧୧: ( ମସିହା )ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଭାଲୁବସା ପଂଚାୟତର ମୂଷାବାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ହୋତା ଇତି ମଧ୍ୟରେ ପଦନ୍ନୋତି ପାଇ ବିଶୋଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ( ଏବିଇଓ) ଭାବେ ଯୋଗ ଦେଇଛଅନ୍ତି। ଏହି ଅବସରରେ ମୂଷାବାଣୀ ଉ:ପ୍ରା: ବିଦ୍ୟାଳୟରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷଏତ୍ରୀ ସୁକାନ୍ତି ମନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସ୍ତମ୍ଭକାର ଲଳିତ ମହାନ୍ତ ସମ୍ମାନିତ ଅତିଥି, ସି ଆର ସି ସି ଅଜିତ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମରାୟ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଅରବିନ୍ଦ କୁମ୍ଭକାର ଓ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ହୋତା ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ଛଳରେ ବହୁ ହିତୋପଦେଶ ଭ ବ ବିହ୍ବଳ ହୋଇ କହିଥିଲେ।କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ହରିଶ୍ଚନ୍ଦ୍ର ସାର୍ ଜଣେ ଛାତ୍ର ଵତ୍ସଳ ଶିକ୍ଷକ ଥିଲେ ।ବିଦ୍ୟାଳୟର ଉନ୍ନତି ପାଇଁ ବହୁ କିଛି କରି ଯାଇଛନ୍ତି ।ତାଙ୍କ ବିଦାୟ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭାବ ବିହ୍ୱଳ ହୋଇପଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ

masiha

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

masiha

Leave a Comment

error: Content is protected !!