ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ରାଜକିଶୋର ବାରିକ ଙ୍କ ଆଲେଖ୍ୟ ଜାତୀୟ ଶିକ୍ଷା ଦିବସ

     ଜାତୀୟ ଶିକ୍ଷା ଦିବସ

ଶିକ୍ଷା ସବୁଠାରୁ ଶକ୍ତିଶାଳୀ ଜିନିଷ ଅଟେ । ଏହାଦ୍ୱାରା ବ୍ୟକ୍ତିର ଜୀବନ ସବୁ ଦିଗରୁ ସରସ ଓ ସୁନ୍ଦର ହୋଇଥାଏ । କେବଳ ଆର୍ଥିକ ସ୍ତରରେ ନୁହେଁ, ଏହା ବୌଦ୍ଧିକ ସ୍ତରରେ ମଧ୍ୟ ଉନ୍ନତି ଆଣିଥାଏ । ଶିକ୍ଷାର ମହତ୍ତ୍ୱକୁ ବୁଝାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଉଛି। ଏହିଦିନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଦିବସ। ମୌଲାନା ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‍ ଓ ଲେଖକ ଥିଲେ। ସେ ୧୮୮୮ ମସିହା ଆଜିର ଦିନରେ ଆରବର ମକ୍କା ସହରରେ ଜନ୍ମଗ୍ରହଣ କରିଥିଲେ। ମୌଲାନା ତାଙ୍କୁ ପ୍ରଦତ୍ତ ଏକ ସମ୍ମାନସ୍ପଦ ଉପାଧି ଥିଲା।

ପରବର୍ତ୍ତୀ ସମୟରେ ସେ ତାଙ୍କ ନାମରେ ଆଜାଦ ଯୋଡ଼ିଥିଲେ, ଯାହାର ଅର୍ଥ ମୁକ୍ତି । ୧୫ ଅଗଷ୍ଟ ୧୯୪୭ରୁ ଫେବ୍ରୁଆରୀ ୨, ୧୯୫୮ ପର୍ଯ୍ୟନ୍ତ ସେ ଭାରତର ଶିକ୍ଷା ମନ୍ତ୍ରୀ ଥିଲେ। ମୌଲାନାଙ୍କ ଅନୁସାରେ ବିଦ୍ୟାଳୟ ଏପରି ଏକ ପ୍ରୟୋଗଶାଳା, ଯେଉଁଠାରେ ରାଷ୍ଟ୍ରର ଭବିଷ୍ୟତ ପିଢ଼ିଙ୍କ ବିକାଶ ହୋଇଥାଏ। ଭାରତରେ ପ୍ରତିଷ୍ଠିତ ବିଭିନ୍ନ ଆଇଆଇଟିଗୁଡ଼ିକର ଶ୍ରେୟ ତାଙ୍କୁ ଦିଆଯାଏ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଜାତୀୟ ଶିକ୍ଷା ନୀତିର ସ୍ଥାପନା କାରିଥିଲେ। ପ୍ରାଥମିକ ଶିକ୍ଷାର ଅଗ୍ରଗତି ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।

Nov 10,୧୯୯୨ ମସିହାରେ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତର ସ୍ୱାଧୀନତା ପରେ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସ୍ଥାପନା କରିଥିଲେ। ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ରୂପରେଖ ଦେବାରେ ତାଙ୍କର ଅବଦାନକୁ ଚିରସ୍ମରଣୀୟ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରୁ ନଭେମ୍ବର ୧୧ ତାରିଖକୁ ‘ଜାତୀୟ ଶିକ୍ଷା ଦିବସ’ଭାବେ ପାଳନ କରାଯାଇ ଆସୁଛି। ଶିକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବା ତଥା ଲୋକଙ୍କୁ ସାକ୍ଷର କରିବା ଉଦ୍ଦେଶ୍ୟରେ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ ।

ମୟୁରଭଞ୍ଜ ରୁ ରାଜକିଶୋର ବାରିକ ଙ୍କ ରିପୋଟ୍ 

Related posts

ଆଜି ଦିବସର ଅନୁଚିନ୍ତା : ୩୧ ଜାନୁୟାରୀ: ବିଶ୍ୱ, ଭାରତ ଓ ଓଡ଼ିଶାର ଇତିହାସରେ ଏକ ସ୍ମରଣୀୟ ଦିନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୬ ତାରିଖ : ସୃଜନଶୀଳତାର ସମ୍ମାନ ଓ ଦାୟିତ୍ୱଶୀଳ ଜୀବନଚର୍ଯ୍ୟା 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ’ ୯ ତାରିଖ: ବିଜୟର ସ୍ମୃତି ଓ ଏକତାର ଆହ୍ୱାନ

Leave a Comment

error: Content is protected !!