ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରାଗୁଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ମୁଣ୍ଡରାଗୁଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଚିଲିଗୁଡା ତା ୧୩/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମରେ ଆଲୋକର ପର୍ବ ଦୀପାବଳି ପାଳନ ଅବସରରେ ମା ଲଙ୍କେଶ୍ୱରୀ ଯୁବ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଙ୍ଗରା ଭଟ। ( ଛତିଶଗଡ଼ ) ଗ୍ରାମର ନାଟକ ମଣିଷ ଦେଖିଲେ ଡର ଲାଗୁଛି ମଞ୍ଚସ୍ତ ହୋଇଥିଲା ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଏହାକୁ ଉଦ୍ଘାଟନ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଖଲିଲ ନ।ଏକ ,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ , ସୁମନ୍ତ କୁମାର ଯୋଶୀ ,ମେମ୍ବର ତ୍ରିନାଥ କୁମାର , ସୁଧାଂଶୁ ବାଗ , ସମାଜସେବୀ ଗଜିନ୍ଦ୍ର ଦୀପ , ଜାନକୀ ରାମ ସୁନାନୀ ପ୍ରମୁଖ ଯୋଗ ଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଆୟୋଜକ କମିଟିର ସଭାପତି ଚନ୍ଦ୍ର ଶେଖର ସୁନାନୀ ସଭାପତିତ୍ୱ କରି ଥିବା ବେଳେ ନିଲକଣ୍ଠ ନ।ଏକ ମଞ୍ଚ ପରି ଚାଳନା କରିଥିଲେ ।ଅନୁଷ୍ଠାନର ଭିମା ନାଗ ,ଗୌରୀ ଶଙ୍କର ସୁନାନୀ ,ପବିତ୍ର ନାଗ ,ସୁମନ୍ତ ପଟେଲ ,କାନ୍ତ ମାଝି ,ଯୋଗେଶ୍ୱର ପଟେଲ ,ଅଶୋକ ପଟେଲ ,ଶମ୍ଭୁ ଶଙ୍କର ସୁନାନୀ ଏବଂ ନୀଳକଣ୍ଠ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଆୟୋଜକ କମିଟିର ମୁଖ୍ୟ ସଦସ୍ୟ ସୁମନ୍ତ କୁମାର ଯୋଶୀ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

masiha

କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ 

masiha

ଓଡିଶା ମୋଟର ଚାଳକ ସଂଘ ର କଲ୍ୟାଣ ପାଣ୍ଠି ସହାୟତା ପ୍ରଦାନ

masiha

Leave a Comment

error: Content is protected !!