ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 ମୟୂରଭଞ୍ଜ-୧୩/୧୨ ( ମସିହା) ରାଇରଙ୍ଗପୁର ଟାଉନ ଥାନାର କାର୍ଯ୍ୟରତ କନଷ୍ଟେବଳ ଦାମୋଦର ନାଏକ ରବିବାର ଦିନ ସଂନ୍ଧ୍ୟାରେ ରାଇରଙ୍ଗପୁର ସହର ସନ୍ନିକଟ ଅସନଵଣି ପାଖରେ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲେ ।ଆଜି ସୋମବାର ଦିନ ରାଇରଙ୍ଗପୁର ହସ୍ପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କର ମଧ୍ୟ ଶରୀରକୁ ରାଇରଙ୍ଗପୁର ଆଦର୍ଶ ଥାନାକୁ ଅଣା ଯାଇଥିଲା । ସେଠାରେ ଆଇଆଇସି ରୋଜାଲିନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମସ୍ତ ପୋଲିସ କର୍ମଚାରୀ ଜଣେ ତାଙ୍କ ସାଥିଙ୍କୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ ।ତାଙ୍କୁ ଶେଷ ଦର୍ଶନ କରିବା ସହ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ ।ପରେ ଦିବଂଗତ ଦାମୋଦରଙ୍କ ମର ଶରୀରକୁ ତାଙ୍କ ପୈତୃକ ଗ୍ରାମ କୁସୁମୀ ବ୍ଳକର ତେଣ୍ଟପୋଷୀକୁ ନିଆଁ ଯାଇଥିଲା । ଗାଁ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

masiha

ବିଧାୟକ ଙ୍କ ଦ୍ଵାରା ବ୍ଲକ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!