ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସେବା କ୍ଷେତ୍ରରେ ଯୁବଶକ୍ତି ଯୋଗଦାନ କଲେ ସମାଜ ଅଗ୍ରଗତି କରିଥାଏ

କୋକସରା,୧୧/୧୧ // କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଯୋଗ ଦେଇ ଯୁବ ରେଡ଼କ୍ରସର ପତକା ଉତ୍ତଳୋନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଯୋଗଦେଇ ରେଡ଼କ୍ରସର ଇତିହାସ, ବିକାଶ, ମୌଳିକ, ନୀତି, ଚି଼ହ୍ନ, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ୱ ଓ ସମାଜ ଗଠନରେ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଅଧ୍ୟାପକ ଜଗନ ଚନ୍ଦନି, ଅଧ୍ୟାପକ ଐରୀ ନାଶନ ଚିନ୍ଦା ମଞ୍ଚାସିନ ହୋଇଥିଲେ l

ଏହି ଅବସରରେ ଅତିଥିମାନେ ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କୁ ଯୁବ ରେଡ଼କ୍ରସର ଶପଥ ପାଠ କରାଇ କହିଥିଲେ ସେବା କ୍ଷେତ୍ରରେ ଯୁବଶକ୍ତି  ଯୋଗଦେଲେ ସାମାଜିକ ସୁରକ୍ଷା  ସୁନିଶ୍ଚିତ ହୋଇଥାଏl ଅଧ୍ୟାପକ ତଥା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା ଅତିଥି ପରିଚୟ ଦେଇ ମଞ୍ଚ ପରିଚାଳନା କରିଥିଲେ l ସ୍ୱାଗତ ଭାଷଣ ଅଧ୍ୟାପିକା ବେଦମଇ ବାରିକ ଦେଇଥିବା ବେଳେ ଅଧ୍ୟାପିକା କନକ ମଞ୍ଜରି ବେହରା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ, ମହାବିଦ୍ୟାଳୟ ଛତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

Related posts

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଅଭିନବ ଢଙ୍ଗରେ ଯୁବ ଶିକ୍ଷକଙ୍କ ଜନ୍ମଦିନ ପାଳନ

masiha

ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ଲେଖିକା ସମ୍ମିଳନୀ  ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା,ସୁଧୀରାଲକ୍ଷ୍ମୀ ଓ  ସୈ।ଦାମିନୀ 

Sunil Chandra Nayak

Leave a Comment

error: Content is protected !!