ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

ଭବାନୀପାଟଣା/ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥି ଯୋଗଦେଇ ଏନ୍‍ ଏସ୍‍ ଏସ୍‍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ସ୍ଵେଚ୍ଛାସେବୀ ମାନଙ୍କୁ “ଏନ୍‍ ଏସ୍‍ ଏସ୍‍ ର ଭୂମିକା ରାଷ୍ଟ୍ର ନିର୍ମାଣରେ” ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଡ଼. କୈଳାଶ ଚନ୍ଦ୍ର ଦାସ ଯୋଗଦେଇ ଏକ ସ୍ଵେଚ୍ଛା ସେବୀ ଭୂମିକା ଛାତ୍ର ଜୀବନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଶ୍ରୀ ମୋହନ ପଟେଲ ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ଅଧିକାରୀ ଡିଗ୍ରୀ କଲେଜ କର୍ଲାପଡା, ସ୍ଵେଚ୍ଛା ସେବୀ ମାନଙ୍କୁ ଏନ୍‍ ଏସ୍‍ ଏସ୍‍ ଓ ଏହାର ଗୁରୁତ୍ଵପୂର୍ଣ୍ଣ ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତ ରଞ୍ଜନ ଖୁଣ୍ଟିଆ ସଂଚାଳନ କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟ ରଞ୍ଜନ ବେହେରା ସ୍ଵାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ମୋଟ ତିନିଟି ଏନ୍‍ ଏସ୍‍ ଏସ୍‍ ୟୁନିଟ୍‍ ରୁ ମୋଟ ୨୫୦ ଜଣ ନୂତନ ଓ ଶେଷ ବର୍ଷର ସ୍ଵେଚ୍ଛା ସେବୀ ଅଂଶଗ୍ରହଣ କରିଥିଲେ । ପୁରାତନ ଏନ୍‍ ଏସ୍‍ ଏସ୍‍ ସ୍ଵେଚ୍ଛା ସେବୀ ହିସାବରେ ସମ୍ମାନିତ ଅତିଥି ରୂପେ ମିସ୍‍. ଅନମୋଲ ଅଙ୍କିତା (ଜିଏକି ନିକଟରେ ସଂସଦ ଭବନରେ ୨ ଅକ୍ଟୋବର ୨୦୨୩ ତାରିଖରେ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଥିଲେ) ଯୋଗଦାନ କରି ସ୍ଵେଚ୍ଛା ସେବୀ ମାନଙ୍କୁ ତାଙ୍କର ଏନ୍‍ ଏସ୍‍ ଏସ୍‍ ରେ ଯୋଗଦାନ ଓ ଅନୁଭବ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବିତର୍କ, ସାଧାରଣ ଜ୍ଞାନ ଓ ସଭା ଶେଷରେ ଅଭିନୟ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଵେଚ୍ଛା ସେବୀ ଭାବେ ଦୀପକ କୁମାର ବେହେରା, ପ୍ରତ୍ୟୁଷ ବାଣୁଆ, ବିକାଶ ପଟେଲ, ସରୋଜ ନିଆଲ, ଲକ୍ଷ୍ମୀପ୍ରିୟା ଆଚାର୍ୟ୍ୟ, ଚନ୍ଦନ ବିଶ୍ଵାଳ, ନିତିନ ନାଗ, ସୋମିତ୍ର ପ୍ରମୁଖ ଅଗ୍ରଣୀ ଭୂମିକା ନିଭାଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ସଭା ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ମିସ. ରୋଜ ମେରୀ ରଶମିତ ଏକକା ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନୀୟୁଜ୍ ସର୍ଭିସ୍ 

Related posts

ବିଜୟଶ୍ରୀ ସମ୍ମାନ’ ପାଇବେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ରେ ମନ୍ଥନ ହେବ ମେହେର କାବ୍ୟ

Sunil Chandra Nayak

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବାର୍ଷିକ ଉତ୍ସବ ଓ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!