ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖାତିଗୁଡା ରେ ଯୁବକ ଙ୍କୁ ହତ୍ୟା : ମୃତଦେହ ଉଦ୍ଧାର ଚାଲିଛି ପୋଲିସ ର ତଦନ୍ତ

ଖାତିଗୁଡା ରେ ଯୁବକ ଙ୍କୁ ହତ୍ୟା : ମୃତଦେହ ଉଦ୍ଧାର ଚାଲିଛି ପୋଲିସ ର ତଦନ୍ତ

ତେନ୍ତୁଳିଖୁଣ୍ଟି ୧୫/୧୧/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳରେ ଆଜି ରକ୍ତାକ୍ତ ଅବସ୍ଥା ରେ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖାତିଗୁଡା ଗ୍ରାମ ର ଟଙ୍କଧର ଦଳେଇ। ଆଜି ସକାଳ 6 ଘଟିକା ସମୟରେ ମନ୍ଦିର ତଥା ପ୍ରାତଃ ଭ୍ରମଣ ରୁ ଫେରୁଥିବା ବ୍ୟକ୍ତି ମାନେ ଖାତିଗୁଡା ଗ୍ରାମ ଯିବା ରାସ୍ତା ପାର୍ଶ୍ଵ ଅବର୍ଜ୍ଜନା ପଡୁଥିବା ସ୍ଥାନରେ ଦେଖିଥିଲେ। ଯୁବକ ଜଣକ ଗ୍ରାମର ହୋଇଥିବାରୁ ତାଙ୍କ ପରିବାରକୁ ଖବର ଦେଇଥିଲେ। ତାଙ୍କ ପରିବାର ତରଫରୁ ଖାତିଗୁଡା ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ଭବାନୀପାଟଣା ରୁ ଡଗ ସ୍କ୍ୱାର୍ଡ  ଅଣାଯାଇ ତଦନ୍ତ କରିଛି ପୋଲିସ। ଘଟଣା ସ୍ଥଳ କୁ ଏସ ପି ରୋହିତ ବର୍ମା ,ଏସ ଡି ପି ଓ ଆଦିତ୍ୟ ସେନ , ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଅଭିମନ୍ୟୁ ଦୁର୍ଗା , ଖାତିଗୁଡା ଆଇ ଆଇ ସି ହରିସ ଗଲୋରୀ ମିଳିତଭାବେ ତଦନ୍ତ ଜାରି ରଖିଛନ୍ତି। କେଶନମ୍ବର 107 ରୁଜୁ କରି ତଦନ୍ତ ଜାରି ଅଛି।

 ମୃତ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନା କୁ ପଠା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ହତ୍ୟାକାଣ୍ଡ କିଏ କରିଛି କାହିଁକି କରିଛି ଜଣେ କରିଛି ନା କିଛିଜଣ ମିଶି କରିଛନ୍ତି ଜାଣିବା ପାଇଁ ଘଟଣା ସ୍ଥଳ ର ଆଖ ପାଖ ସ୍ଥାନ ରେ ଲାଗିଥିବା ସିସି ଟି ଭି କ୍ୟାମେରା ଖଙ୍ଗାଳୁଛି ତଦନ୍ତକାରୀ ଟିମ । ଦେଖିବାକୁ ରହିଲା ।ପୋଲିସ ହତ୍ୟାକାଣ୍ଡ ର ରହସ୍ୟ ଉନ୍ମୋଚିତ ହେବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ନାରାୟଣ ପାଟଣାରେ ମାଓ ପୋଷ୍ଟର

masiha

ଅବକାରୀ ବିଭାଗ ତରଫରୁ ଚଢ଼ାଉ, ସ୍କୁଟିରେ ଥିବା ୩୫ ଲି ଦେଶୀ ମଦ ଜବତ ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!