ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାଲ ନୋଟ କାରବାରରେ ୩ ଗିରଫ କୋର୍ଟ ଚଲାଣ

ଜାଲ ନୋଟ କାରବାରରେ ୩ ଗିରଫ କୋର୍ଟ ଚଲାଣ

ଗୋଲାମୁଣ୍ଡା,ତା.୧୬।୧୨(ମନିସ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି । ବୋର୍ଡା ବଜାର ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ବଜାରକୁ ଯାଇ ଜାଲ ନୋଟ ଦେଇ ସାମଗ୍ରୀ କିଣୁଥିବା ସମୟରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହି ତିନି ଜଣ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ । ଏହି ତିନି ଜଣ ସନ୍ତୋଷ ଭୋଇ ଘର ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ । ଏହି ୩ ଜଣଙ୍କୁ କେଗାଁ ଥାନାକୁ ଆଣି ତଦନ୍ତ କରାଯାଇଥିବା ବେଳେ ଏହି ତିନିକଣ ଠାରୁ ପୋଲିସ ୭ ହଜାର ୩୦୦ ଟଙ୍କା ଜବତ କରିଥିବା ନୋଟ ଚାଛିବାରେ ବ୍ୟବହୃତ ପ୍ରିଣ୍ଟରକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୨୬୩/୨୦୨୩ ରେ ଏକ ମାମଲା ରୁଜୁ କରି ଆଜି ତିନି ଜଣଙ୍କୁ କୋର୍ଟ ଚଲାଣ କରାଯାଇଥିବା କେଗାଁ ଥାନା ଆଇଆଇସି ମୁକୁନ୍ଦ ନାଏକ ପ୍ରକାଶ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ  କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

Sunil Chandra Nayak

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

masiha

Leave a Comment

error: Content is protected !!