ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସ ଦିବସ

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସ ଦିବସ

କାମାକ୍ଷାନଗର, (ମନିସ )16/11/23 // କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସଙ୍ଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଶୁଭମୟ ନନ୍ଦ ଅଧ୍ୟକ୍ଷତା କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଉପସଭାପତି ଚିତ୍ତ ରଂଜନ ଦିବେଦୀ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ l ସଂପାଦକ କରୁଣାକର ମଳିକ ଗଣମାଧ୍ୟମ ପ୍ରତନିଧିମାନେ ସଂମ୍ପ୍ରତିକ ପରିସ୍ଥିତିରେ ସତ୍ୟ ଘଟଣା କୁ ଲୋକ ଲୋଚନକୁ ଆଣିବାରେ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ l ଅନ୍ୟାମମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ, ପର୍ଶୁରାମ ପାତ୍ର, ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ସୁମନ୍ତ କୁମାର ଜେନା, ଅଜିତ କୁମାର ସାହୁ, ପଦ୍ମନାଭ ଦାସ, ଦିଲ୍ଲୀପ କୁମାର ନାୟକ, ଦୈତାରୀ ବେହେରା, ଅନିଲ କୁମାର ନାଏକ,ସୁମିତ୍ରା ମିଶ୍ର ପ୍ରମୁଖ ଲୋକମାନଙ୍କର ସମସ୍ୟା କୁ ଗୁରୁତ୍ୱ ଦେବା ସଂମ୍ପର୍କରେ ଆଲୋଚନା କରିଥିଲେ l ସଙ୍ଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

masiha

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

masiha

ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ଟିମ ର ଅନୁଧ୍ୟାନ ଓ ସମୀକ୍ଷା

masiha

Leave a Comment

error: Content is protected !!