ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତରାଖଣ୍ଡର ଟନେଲ ରେ ଫସି ରହିଥିବା ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଉତ୍ତରାଖଣ୍ଡର ଟନେଲ ରେ ଫସି ରହିଥିବା ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ  

 ଡାବୁଗାଁ, ୧୬/୧୧ (ମ.ନି.ସ.)- ଉତ୍ତରାଖଣ୍ଡ ରାଜ୍ୟର ଚାରଧାମ୍ ସ୍ଥିତ ଏକ ନିର୍ମାଣଧୀନ ଟନେଲରେ ୧୨ ତାରିଖ ରବିବାର ସକାଳ ଠାରୁ ଫସିରହିଥିବା ୪୦ ଜଣ ଶ୍ରମିକ ଙ୍କ ସହ ୫ ଜଣ ଓଡିଆଙ୍କ ମଧ୍ୟରୁ ଓଡିଶାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜବାଗୁଡା ପଞ୍ଚାୟତ ଅଧୀନ ତାଳବେଢା ଗ୍ରାମର ଭଗବାନ ଭତ୍ରା (୨୮) ବୋଲି ଗୁରୁବାର ଜଣାପଡିଛି | ଏନେଇ ପୁଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜବାଗୁଡା ପଞ୍ଚାୟତ ଅଧୀନ ତାଳବେଢା ଗ୍ରାମର ଜଳ ଭତ୍ରା ତାଙ୍କ ସ୍ତ୍ରୀ ହାରାମଣି ଭତ୍ରା ଙ୍କ ର ୪ ପୁଅ | ଏମାନଙ୍କ ମଧ୍ୟରୁ ଭଗବାନ ହେଉଛନ୍ତି ୨ ୟ ପୁତ୍ର | ୪ ଭାଇ ଛୋଟ ଛୋଟ ହୋଇଥିଲେ ସେହି ସମୟରେ ମା ହାରାମଣି ମୃତ୍ୟୁ ବରଣ କରିଥିଲେ | ପିତା ଜଳ ଭତ୍ରା ୪ ପୁଅ ଙ୍କୁ କୁଲି ମଜୁରି କରି ପାଳିଥିଲେ | ୨ ୟ ପୁତ୍ର ଭଗବାନ ଛୋଟ ବେଳୁ କୋଷାଗୁମୁଡା ବ୍ଲକ ଅଧୀନ ସରାଧନୁଆ ଗ୍ରାମରେ ଥିବା ତାଙ୍କ ମାମୁଁ ଘରକୁ ଚାଲିଯାଇଥିଲେ | ସେଠାରେ ରହି +୨ ପର୍ଯ୍ୟନ୍ତ ପାଠ ପଢିଥିଲେ | ପରେ ନିଜ ଗ୍ରାମ ତାଳବେଢାକୁ ଆସି ଘରେ ରହି କାମଦାମ କରି ରହୁଥିଲେ | ପରେ ଧୀରେ ଧୀରେ ତାଙ୍କ ର ବାପା ଜଣେ ମାନସିକ ବିକୃତ ରୋଗୀ | ଚଳିତ ବର୍ଷ ଜୁଲାଇ ମାସରେ ଧାନ ଚାଷ କାମ ଶେଷ କରି ଘରେ କହିଥିଲେ ଯେ କାମଦାମ ସରିଲା ଘରେ କାହିଁ ରହିବି ଏଠି କିଛି କାମ ନାହିଁ ମୁଁ ସାଙ୍ଗ କୋଷାଗୁମୁଡା ବ୍ଲକ ଅଧୀନ ସରାଧନୁଆ ଗ୍ରାମର ଡୁମର ଭତ୍ରା ଙ୍କ ସହ ବାହାର ରାଜ୍ୟକୁ କାମ କରିବାକୁ ଯିବି ଓ କିଛି ରୋଜଗାର କରି ଆଣିଲେ ନୂତନ ଘର ତିଆରି କରିବା ବୋଲି ଘରେ ବାପା, ବଡ ଭାଇ ଓ ଭାଉଜକୁ କହି ଯାଇଥିଲେ ଏବଂ ୧୦ ତାରିଖ ଦିନ ଘରକୁ ଫୋନ କରିଥିଲେ ଯେ ୧୨ ତାରିଖ ଦିନ ମୁଁ ଘରକୁ ଆସିବି ବୋଲି କହିଥିଲେ | ଉକ୍ତ ଦିନ ଠାରୁ ଭଗବାନ ଙ୍କର ଆଉ ଫୋନ ଆସିନଥିଲା | ବୁଧବାର ଭଗବାନଙ୍କ ସହ ଯାଇଥିବା ତାର ସାଙ୍ଗ ଘରକୁ ଫୋନ କରି କହିଥିଲା ଯେ କାମ କରୁଥିବା ଟନେଲ ରେ ମାଟି ଅତଡା ଖସି ଯିବାରୁ ଭଗବାନ ଟନେଲ ଭିତରେ ରହିଯାଇଛି ବୋଲି ଖବର ଦେଇଥିଲେ | ଖବର ପାଇବାପରେ ପରିବାର ରେ କାନ୍ଦ ବୋବାଳି ରେ ଫାଟି ପଡୁଛି ଏବଂ ତାଙ୍କ ଘରେ କାଲିଠାରୁ ରୋଷେଇ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଛି | ପୁଅ ଭଗବାନକୁ ଟନେଲ ଭିତରୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଦେବାକୁ ପିତା ଜଳ ଭତ୍ରା, ବଡ ଭାଇ ସତ୍ୟ ଭତ୍ରା ଓ ଭାଉଜ କୁମାରୀ ଭତ୍ରା ଓଡିଶା ସରକାର, ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି | ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଉକ୍ତ ଦୁଖୀ ପରିବାର ପାଖରେ ପହଞ୍ଚି ନାହାଁନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିଯାନ ଉଦଘାଟନ ଉତ୍ସବ ପାଳନ 

masiha

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!