ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ କୁସୁମଖୁଣ୍ଟି ଠାରେ ଜାତୀୟ ପ୍ରେସ ଦିବସ ପାଳନ

ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ କୁସୁମଖୁଣ୍ଟି ଠାରେ ଜାତୀୟ ପ୍ରେସ ଦିବସ ପାଳନ

କୋକସରା,୧୭/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡାକ ବଙ୍ଗଳା ପରିସରରେ ଗୁରୁବାର ଓଡିଶା ୟୁନିୟନ ସାମ୍ବାଦିକ ସଙ୍ଘ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାମ୍ବାଦିକ ଦିବସ ପାଳନ ହୋଇ ଯାଇଛି। ଓୟୁଜେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ସାଙ୍ଗଠାନିକ ସମ୍ପାଦକ ଅଂଶୁମାନ ପାତ୍ର ଦେଇଥିବା ବେଳେ ସାଧାରଣ ସମ୍ପାଦକ ସନ୍ତୋଷ ସିଂହଦେଓ ବିବରଣୀ ପଠନ କରିଥିଲେ। ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବିଜେଡି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ କୁମାର ପଣ୍ଡା ଉପସ୍ଥିତ ରହିଥିଲେ। ଏ ଅବସରରେ ଉପସ୍ଥିତ ଅତିଥିମାନେ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିଜ ବକ୍ତବ୍ୟରେ କହିଥିଲେ । ଯୁବ ସମାଜସେବୀ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କଳାହାଣ୍ଡି ଜିଲ୍ଲା ପ୍ରମେୟ ପ୍ରତିନିଧି ସନ୍ତୋଷ ସିଂଦେଓ , କେସିଙ୍ଗା ବ୍ଲକରୁ ଯଯାତି କେଶରୀ ଦେଓ, ଶିବାନନ୍ଦ ନାଏକ, କୋକସରା ବ୍ଲକରୁ ଯୁବ ସାମ୍ବାଦିକ ପ୍ରତିଭା ଭାବେ ଭୋଳାନାଥ ପଟେଲ ଓ ତ୍ରିଲୋକ୍ୟ ବେଶ୍ରାଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କୋକସରା ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ସନତ କୁମାର ପ୍ରଧାନୀ, ଶରତ ଚନ୍ଦ୍ର ରାଉତ, ବିନୋଦ ପଟେଲ, ଭଦ୍ରାଞ୍ଚଳ ନାଏକ, ଦୁଷ୍ମନ୍ତ ପାଟ୍ଟଯୋଷୀ, ତ୍ରିଲୋକ୍ୟ ବେଶ୍ରା ଓ ଜିଲ୍ଲାର ୧୩ ବ୍ଲକରୁ ଆସିଥିବା ସାମ୍ବାଦିକ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

masiha

ଉତ୍କେଲା ଗ୍ରାମପଞ୍ଚାୟତ ରେ କଲାହାଣ୍ଡି ଉତ୍ସବ

Sunil Chandra Nayak

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!