ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

ଡାବୁଗାଁ, ୧୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ତହସିଲଦାର ସଦାଶିବ ଭତ୍ରା ଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଚଳିତ ବର୍ଷ ଖରିଫ ଋତୁରେ ବର୍ଷା ଅଭାବରୁ ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ ହୋଇଛି | ଡାବୁଗାଁ ବ୍ଲକର ୧୨ ଗୋଟି ପଞ୍ଚାୟତର ପ୍ରାୟ ୩୦ ପ୍ରଶିଶତ ଚାଷୀଙ୍କ ଧାନ ଚାଷ ନଷ୍ଟ ହେବା ସହ ଧାନ ଗଛ ପୋଡି ଯାଇଛି | କ୍ଷତି ଗ୍ରସ୍ତ ଚାଷୀ ମାନଙ୍କ ମଧ୍ୟରେ କିଛି ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ରେ ନାମ ପଞ୍ଜୀକରଣ କରିଥିବା ବେଳେ ଅନ୍ୟ ଚାଷୀ ମାନେ ଫସଲ ବୀମା କରି ନାହାଁନ୍ତି | ଡାବୁଗାଁ ବ୍ଲକ ର ଅଧିକାଂଶ ଚାଷୀ ବ୍ୟାଙ୍କ, ଲ୍ୟାମ୍ପ୍ସରୁ ଓ ବେସରକାରୀ ସଂସ୍ଥାରୁ ରୁଣ ଆଣି ଧାନ ଚାଷ କରିଥିଲେ | ବ୍ଲକର ଅଧିକାଂଶ ଚାଷୀ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଆର୍ଥିକ ଅନଗ୍ରସର ଦେଇ ଗତି କରୁଛନ୍ତି | ବର୍ତ୍ତମାନ ଚାଷୀ କିପରି ରୁଣ ଶୁଝିବା ନେଇ ଚିନ୍ତାରେ ରହିଛି | ଖରିଫ ଋତୁରେ ଡାବୁଗାଁ ବ୍ଲକରେ ଧାନ ଚାଷ କରିଥିବା ଚାଷୀଙ୍କ ଉପଯୁକ୍ତ ଦଦନ୍ତ କରାଯାଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଚିହ୍ନଟ କରାଯାଇ ସରକାର ଙ୍କ ତରଫରୁ କ୍ଷତି ପୂରଣ ପ୍ରଦାନ କରିବାକୁ ଡାବୁଗାଁ ବ୍ଲକ କୃଷକ ମହାସଂଘ ଦାବି କରିଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ମହାସଂଘ ସଭାପତି ସତ୍ୟରଞ୍ଜନ ପାତ୍ର, ଉପାଭାପତି ରାଜେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବୀ ପ୍ରସାଦ ରଥ, ଲଛମିଧର ବିଶୋୟୀ, ବାବାଜୀ ବିଶୋୟୀ, ଅଭିରାମ ବିଶୋୟୀ, ସନ୍ତୋଷ ବେହେରା, ଜିତୁ ରେଲି ଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସତ୍ୟମ୍ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ବିଜ୍ଞାନ ମେଳା -୨୦୨୪ ଉଦଯାପିତ 

masiha

ବରିଷ୍ଟ ଆଇନଜିବୀ ହରମୋହନ ବିଶ୍ବାଳଙ୍କ ପରଲୋକ

masiha

୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!