ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେଲର ପଛକୁ ଧକ୍କା ଦେଲା କାର: ଚାଳକ ଗୁରୁତର

ଟ୍ରେଲର ପଛକୁ ଧକ୍କା ଦେଲା କାର: ଚାଳକ ଗୁରୁତର

ବସ୍ତା ,୩୦।୫: ରୂପସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କାର ଚାଳକ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ଓଡ଼ି୦୧ ଏଡ଼ବ୍ଲ୍ୟୁ ୦୨୮୫ ନମ୍ବର ବିଶିଷ୍ଟ ଏକ କାର ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯିବା ସମୟରେ ମିରିଗିମୁଣ୍ଡି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଲୁହା ବୋଝେଇ ଟ୍ରେଲର ପଛକୁ ଧକ୍କା ଦେଇଥିଲା। ଫଳରେ କାର ଚାଳକ ଜଣକ ଗୁରୁତର ହୋଇଥିଲେ।ଖବର ପାଇବା ମାତ୍ରେ ଜାତୀୟ ରାଜପଥ ପହରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର ମଧ୍ୟରୁ ଚାଳକ ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବସ୍ତା ହସ୍ପିଟାଲକୁ ପଠାଇଥିଲେ।ରୁପସା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

Sunil Chandra Nayak

ଲାଞ୍ଜିଗଡ ଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!