ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ 

କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ 

କୋକସରା,୧୭/୧୧ // କଳାହାଣ୍ଡି ଜିଲ୍ଲା କୋକସରା ଆଞ୍ଚଳିକ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ୧୯ ତମ ଆଞ୍ଚଳିକ ସ୍ତରୀୟ ପୂଜନୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଅଛି l ମଙ୍ଗଳବାର କଳସ ଯାତ୍ରା ଓ ଅଧିବାସ, ବୁଧବାର ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ପୂଜାରେ କର୍ତ୍ତା ଭାବେ ପିତାମ୍ବର ପଟ୍ଟନାୟକ ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯଥା ମହିଳା ଏବଂ ଝିଅ ମାନଙ୍କ ମଧ୍ୟରେ ହୁଳହୁଳି ଓ ଝୋଟି ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ପୂଜା କମିଟିରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ସମ୍ପାଦକ ବସନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ପଙ୍କଜ ପଟ୍ଟନାୟକ ପୂଜା କାର୍ଯ୍ୟକ୍ରମ ଭାର ଗ୍ରହଣ କରିଥିଲେ l ଉପଦେଷ୍ଟା ମଣ୍ଡଳୀ ନିମନ୍ତେ ବିପିନ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ସହଦେଵ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ଦଶରଥ ପଟ୍ଟନାୟକ ଓ ଚିତ୍ତରଞ୍ଜନ ପଟ୍ଟନାୟକ ରହିଥିଲେ l କୋକସରା କରଣ ସମାଜର ସମସ୍ତେ ସହଯୋଗ କରିଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

 

Related posts

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

masiha

ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ

masiha

ଆର୍ଥିକ ସଙ୍କଟରେ ଥିବା ସଫଳ ନିଟ୍ ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଅଗ୍ରଣୀ ସ୍ବେଛାସେଵୀ ଅନୁଷ୍ଠାନ ଖେରଓ୍ବାଳ ଜୁମିଦ୍ ସଂଗଠନ’

Sunil Chandra Nayak

Leave a Comment

error: Content is protected !!