ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ମିସ୍ତ୍ରୀ ଙ୍କ ନିଜ ଇଚ୍ଛାରେ ଚାଲୁଛି କାମ
ତେନ୍ତୁଳିଖୁଣ୍ଟି ୧୭/୧୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଥାନା ରେ ହେଉଥିବା ନୂତନ ପାଚେରୀ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି ! ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ଙ୍କ କାର୍ଯ୍ୟ ସ୍ଥଳରେ ଦେଖା ମିଳୁନଥିବା ବେଳେ ନିୟୋଜିତ ମିସ୍ତ୍ରୀ ନିଜ ଇଛା ମୁତାବକ ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ! ନିମ୍ନ ମାନର କାର୍ଯ୍ୟ ଦେଖିବା ପରେ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ଏହାର ବିରୋଧ କରିଛନ୍ତି ! ବିଭାଗୀୟ ଯନ୍ତ୍ରୀ ଙ୍କ ଉପସ୍ଥିତ ରେ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି !
ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ସଦର ମହାକୁମ୍ମା ଠାରେ ଇତି ମଧ୍ୟରେ ନୂତନ ଥାନା କୋଠା ନିର୍ମାଣ ହୋଇଛି ! ବର୍ତ୍ତମାନ ପୁରୁଣା ଥାନା ମଧ୍ୟ ନୂତନ କୋଠା କୁ ସ୍ଥାନାନ୍ତରିତ ହୋଇସାରିଛି ! ହେଲେ ଇତି ମଧ୍ୟରେ ନୂତନ ଥାନା ପାଚେରୀ ପାଇଁ ହାଉସିଂ ବୋର୍ଡ ପକ୍ଷରୁ ଟଙ୍କା ମଂଜୁର ହୋଇଛି ! କେତେ ବ୍ୟୟ ଅଟକଳ ରେ ପାଚେରୀ କାର୍ଯ୍ୟ ଚାଲିଛି ସେନେଇଁ କୌଣସି ସୂଚନା ଫଳକ ନଥିବା ଯୋଗୁଁ ତାହା ଜାଣିବା ସମ୍ଭବପର ହୋଇନି ! ତେବେ ପାଚେରୀ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ଦେଖିବାକୁ ମିଳିଛି ! ପାଚେରୀ ଫାଉଣ୍ଡେସନ ରେ କଂକ୍ରିଟ ଯୋଡ଼େଇ କରାଯାଉନି ! ଗୁଣ୍ଡ ଇଟା,ମାଟି,ପଥରଦେଇ ଫାଉଣ୍ଡେସନ ସଜେଇ ଏହାର ଉପରେ ନାମକୁ ମାତ୍ର କିଛି ସିମେଣ୍ଟ ଦିଆଯାଉଛି ! ଯାହାକି ଅଳ୍ପ ଦିନ ମଧ୍ୟରେ ପାଚେରୀ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ! ବାଲି ଗୋଡି ସିମେଣ୍ଟ ମିଶ୍ରଣ ରେ ମଧ୍ୟ ଅତ୍ୟନ୍ତ ହାଲୁକା କରାଯାଇ କାର୍ଯ୍ୟ କୁ ନିମ୍ନ ମାନର କରାଯାଉଥିବା ଦେଖିବାଳୁ ମିଳିଛି ! ଏହାକୁ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ସମ୍ପୂର୍ଣ ବିରୋଧ କରିଛନ୍ତି ! ବିଭାଗୀୟ ଯନ୍ତ୍ରୀ ଙ୍କ ଉପସ୍ଥିତ ରେ ନିର୍ଦ୍ଧାରିତ ଏସ୍ଟିମେଟ ଅନୁଯାୟୀ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ସମାଜସେବୀ ଅଜୟ ହିଆଲ,ନୁଁନୁ ପାତ୍ର,ମୁନା ପାଣିଗ୍ରାହୀ ସମେତ ଗ୍ରାମବାସୀ ଦାବି କରିଛନ୍ତି ! ବିଭାଗୀୟ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ ହୋଇ ପାରିନଥିବା ଯୋଗୁଁ ତାଙ୍କ ପ୍ରତିକ୍ରିୟା ନିଆଁ ଯାଇପାରିନି ! ବର୍ତ୍ତମାନ ନିମ୍ନ ମାନର ହେଉଥିବା ପାଚେରୀ କାର୍ଯ୍ୟ କୁ ଗ୍ରାମବାସୀ ସ୍ଥଗିତ ରଖିବାକୁ କହି ଯନ୍ତ୍ରୀ ଙ୍କ ଉପସ୍ଥିତ ରେ କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି !