ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ ଦୁର୍ଗମ ଅଂଚଳ ପରିଦର୍ଶନ

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ ଦୁର୍ଗମ ଅଂଚଳ ପରିଦର୍ଶନ 

ରାୟଗଡ:-ତା.୧୭/୧୧- ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଜିଲ୍ଲାର ଦୁର୍ଗମ ଅଂଚଳ ପାର୍ସଲୀ ଓ ଵିଷମ କଟକ ବ୍ଲକ ପରିଦର୍ଶନରେ ଯାଇଥିଲେ । ଗତ ୧୫.୧୧.୨୩ରିଖ ଦିନ କଲ୍ୟାଣୀସିଂପୁର ବ୍ଲକର ଆଦିମ ଜନଜାତି ବସବାସ କରୁଥିବା ପାର୍ସଲୀ ଅଂଚଳ ପରିଦର୍ଶନରେ ଯାଇଥିଲେ l ପାର୍ସଲୀ ଡିକେଡିଏର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ l

      ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ କଲ୍ୟାଣୀସିଂପୁର ତହସିଲଦାର ରଞ୍ଜନ କୁମାର ମନସେଠ l ସେହିପରି ଆଜି ତା.୧୭/୧୧/୨୩ରିଖରେ ଵିଷମ କଟକ ଡିକେଡିଏ ଅନ୍ତର୍ଗତ ଖମ୍ବେସି, କୁର୍ଲି ଓ ଖଜୁରୀ ଅଂଚଳ ପରିଦର୍ଶନ କରିଥିଲେ l ଜନଜାତିଙ୍କ ସହିତ ଆଲୋଚନା ସାଙ୍ଗକୁ ସେମାନଙ୍କ ଆର୍ଥିକ, ସାମାଜିକ, ଜୀବନ ଜୀବଜୀବିକା, ସଂସ୍କୃତି ଓ ପରମ୍ପରା ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷ କରି ଗମନା ଗମନ, ଶିକ୍ଷା, ସଂସ୍କୃତି ଉପରେ ଅନୁଧ୍ୟାନ କରିଥିଲେ l ଵିଷମ କଟକ ବ୍ଲକର ଡିକେଡିଏ ପରିଦର୍ଶନ ବେଳେ ସ୍ୱତନ୍ତ୍ର ଅଧିକାରୀ ଜଗତଜିବନ ଭଗର୍ତି, ସରପଞ୍ଚ, ଗୋଷ୍ଠୀ ସଂସlଧକ, ଆକୁସୁସ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

masiha

ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

Leave a Comment

error: Content is protected !!