ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗାକ୍ରାନ୍ତ ଜୀବନ ମଧ୍ୟରେ ଛଟପଟ ବଞ୍ଚିବା ପାଇଁ ଅନ୍ଯର ସହଯୋଗ ପାଇଁ ଆଶାୟୀ କବିତା ମାଝୀ ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରୋଗାକ୍ରାନ୍ତ ଜୀବନ ମଧ୍ୟରେ ଛଟପଟ ବଞ୍ଚିବା ପାଇଁ ଅନ୍ଯର ସହଯୋଗ ପାଇଁ ଆଶାୟୀ କବିତା ମାଝୀ ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଥୁଆମୂଳ ରାମପୁରର: ୧୮/୧୧ – (ମନିସ):- ସମାଜରେ ପ୍ରତ୍ୟେକ ପରିବାରରେ ଶିଶୁ ଟିଏ ଜନ୍ମ ହେବା ମାତ୍ରେ ପରିବାର ଖୁସି ହୋଇଥାନ୍ତି ସେମାନେ ଶିଶୁକୁ ପାଠପଢେଇ ବଡ ମଣିଷ ଟିଏ କରି ଗଢିତୋଳିବା ପାଇଁ କେତେ ସ୍ବପ୍ନ ଦେଖିଥାନ୍ତି ପିତାମାତା, ସେଅନୁସାରେ ଶିଶୁକୁ ବିଦ୍ୟାଳୟରେ ପାଠପଢିବା ପାଇଁ ସୁଯୋଗ ମିଳିଯାଏ। ଶିଶୁ ହୋଇଥାଏ ଜଣେ ଜଣେ ଛାତ୍ରଛାତ୍ରୀ ହେବା ପରେ ସେମାନେ ଏକ ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ସ୍ବପ୍ନ ଦେଖୁଥିବା ଜଣେ ଛାତ୍ରୀର ଜୀବନ ବିଷୟରେ ଏଠାରେ ଆମ୍ଭେ କହୁଛୁ ଆଜ୍ଞା ବବିତା ମାଝୀ ଙ୍କ ଜୀବନ ବିଷୟରେ ତାଙ୍କ ଜୀବନ ଏବେ ଯନ୍ତ୍ରଣା ଦାୟକ ହୋଇଯାଇଛି। ପାଠ ପଢ଼ିବା ବୟସରେ ହିଁ ଦଇବ ଆଣିଦେଲା ଦୁଃଖ ଓ ଯନ୍ତ୍ରଣା ଦାୟକ ଜୀବନ ତାଙ୍କୁ ଗ୍ରାସ କରିଛି ଏକ ଅଜଣା ରୋଗ। ତାଙ୍କ ପିଠିରେ ଗୋଟିଏ ଛୋଟ ଆବୁଟିଏ ହେବା ପରେ ଧୀରେ ଧୀରେ ମାଂସ ପିଣ୍ଡୁଳା ଆକାରେ ଧାରଣ କରି ଧିରେ ଧିରେ ବଢ଼ିବାରେ ଲାଗିଲା। ଯାହାକି ଗତ ୨୦୧୭ ମସିହା ଠାରୁ ହିଁ ଏହା ବଢିବଢି ତାହା ବର୍ତ୍ତମାନ ଏମିତି ଭାବରେ ଏକ ବିରାଟ ମାଂସ ପିଣ୍ଡୁଳା ସୃଷ୍ଟି ହୋଇଯାଇଛି।ଯାହା ଫଳରେ ଖାଇବା ଶୋଇବା କିମ୍ବା ଅନ୍ୟାନ୍ୟ କିଛି କରିବା ବଡ଼ କଷ୍ଟ ଦାୟକ ହୋଇପଡିଛି।ଅସହ୍ୟ ଯନ୍ତ୍ରଣା ଯୋଗୁଁ ଦିନକୁ ଦିନ ଆଖିରୁ ଲୁହ ସୁଖୁ ନାହିଁ କି ଦୁଃଖ ସରୁନାହିଁ। ଅପରପକ୍ଷରେ ରୋଗ ଭଲ ହେବାର ଆଶା ତ ସେପଟେ ଅଜଣା ରୋଗ କଷ୍ଟ ତାଙ୍କ ଜୀବନର ଦୁଃଖକୁ ଦ୍ଵିଗୁଣିତ କରିବାରେ ଲାଗିଛି। ଜୀବନ ଯୁଦ୍ଧରେ ଲଢି ଲଢି ଏବେ ଅସହାୟ ଅବସ୍ଥାରେ ଏବେ ଜୀବନ ଯନ୍ତ୍ରଣା ସହ ବଞ୍ଚିରହିଛନ୍ତି ଆଦିବାସୀ ଯୁବତୀ କବିତା ମାଝୀ।ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିରିମସ୍କା ଟିଟିରି ପଡା ଗାଁର ଶୁକ୍ରୁ ମାଝୀଙ୍କ ମଝିଆ ଝିଅ କବିତା ମାଝୀ (୨୩) ଛୋଟ ସମୟରେ ସବୁ ଠିକ ଠାକ୍ ରହିଥିବା ବେଳେ ତାଙ୍କର ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ପିଠିର ଡାହାଣ ପାଖ ପିଠିରେ ଗୋଟିଏ ଛୋଟ ଆବୁ ଉଠିଥିଲା। ଯାହା ଧୀରେ ଧୀରେ ଏକ ମାଂସ ପିଣ୍ଡୁଳା ରୂପ ନେଇ ଦିନକୁ ଦିନ ବଢ଼ି ଚାଲିଛି।ବର୍ତ୍ତମାନ ବଞ୍ଚିବା କଷ୍ଟକର ବ୍ଯାପର ହୋଇ ପଡିଛି କବିତାଙ୍କ ଜୀବନ। ନା ସେ ଶୋଇ ପାରୁଛି ନା ଖାଇ ପାରୁଛି ଅସହ୍ୟ ଯନ୍ତ୍ରଣାରେ ଛଟପଟ କବିତାର ଜୀବନ। ଏପଟେ ପିତା ଶୁକୁ ମାଝୀ ଜଣେ ଗରିବ ନିରୀହ ଆଦିବାସୀ ଲୋକ। ଝିଅର ଏଭଳି ଅବସ୍ଥାକୁ ଦେଖି ସମ୍ପୂର୍ଣ୍ଣ ଭାବରେ ପରିବାର ବର୍ତ୍ତମାନ ଅସହାୟ ହୋଇ ପଡିଛନ୍ତି। ଝିଅର ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଥିବା ବେଳେ ଚିନ୍ତାରେ ପରିବାର।ଲୋକଙ୍କ ଠାରୁ ଋଣ କରଜ କରି ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ସରକାରୀ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର କବିତାକୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ କଟକ ନେବା ପରେ ଡାକ୍ତର ଚିକିତ୍ସା ବଦଳରେ କିଛିଦିନ ପରେ ଫେରାଇ ଦେଇଥିଲେ। ଶେଷରେ ଛତିଶ ଗଡ଼ର ରାଜୀମ ସହରରେ ଥିବା ଏକ ଘରୋଇ ମେଡିକାଲରେ ଅଧିକ ଚିକିତ୍ସା ପାଇଁ ଦେଖାଇବା ପରେ ସେମାନେ କହିଥିଲେ ଯେ ଏହା ୧୧ଲକ୍ଷ ଟଙ୍କା ଖର୍ଚ୍ଚାରେ ହେବ। ଏତେ ଟଙ୍କା କେଉଁଠୁ ପାଇବେ ଯାହା ଶୁକୁ ମାଝୀ ପାଇଁ ତାହା ସମ୍ଭବ ନୁହେଁ। ସେଠାରୁ ସେମାନେ ଅସହାୟ ଭାବରେ ଘରକୁ ଫେରାଇ ଆଣି ଘରେ ରଖିଥିବା ଜଣାଯାଏ। ବର୍ତ୍ତମାନ କେବଳ ଭଗବାନଙ୍କ ଉପରେ ଭରସା କରି ରହିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ମାନଙ୍କୁ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ବାପା ଶୁକୁ ମାଝୀ ଜଣେ ଗରିବ ପରିବାର, ଜଙ୍ଗଲରୁ କାଠ ସଂଗ୍ରହ କରି ବିକିବା ଓ ମୂଳ ଲାଗିଲେ ସେମାନଙ୍କ ଚୂନ ଜଳେ।ଏଫରିସ୍ଥିତିରେ ଝିଅର ଅଧିକ ଚିକିତ୍ସା ପାଇଁ କିପରି ଟଙ୍କା ଯୋଗାଡ କରିବେ କେବେ ସୁସ୍ଥ ହେବ ସେ ଚିନ୍ତା କରି ପାରୁ ନଥିବା ଜଣାପଡିଛି। ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପଟେ ଜୀବନ ଯନ୍ତ୍ରଣା ଦାୟକ ଥାଇ ବି ବଞ୍ଚିବା ଓ ପାଠ ପଢି ବାର ଆଶା ରଖିଛନ୍ତି କବିତା।କେବଳ ଭଗବାନଙ୍କ ଉପରେ ଭରସା କରି ରହିଥିବା ବେଳେ ଚିକିତ୍ସା ପାଇଁ କିଏ ସହାୟତା ହାତ ବଢେଇବେ ସେ ଆଶାରେ ଚାହିଁ ରହିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ      

Sunil Chandra Nayak

ନିଶିଗନ୍ଧା ଭାଷାପ୍ରତିଷ୍ଠାନର ସର୍ବପ୍ରଥମ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ 

Leave a Comment

error: Content is protected !!